ଆସିଲା ମାନସ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଏମିତି ଭାବେ କଲବଲ କରି ମାରିଛନ୍ତି ଅଭିଯୁକ୍ତମାନେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଳିଲା ମାନସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ। ରିପୋର୍ଟରେ ଜଣାପଡିଛି ମାନସକୁ ଲୁହା ରଡ଼ରେ ଦୟାଲ ଆଶ୍ରମରେ ଶର୍ମିଷ୍ଠା ନିରଂଜନଙ୍କ ସମେତ ଅନ୍ୟ ଅଭିଯୁକ୍ତ କରିଥିଲେ ଅକଥନୀୟ ଅତ୍ୟାଚାର। ବର୍ବରତାର ସବୁ ସୀମା ଟପିଯାଇଥିଲେ। ନିର୍ଘାତ ମାଡରେ ମାନସର ୩ଟି ପିଞ୍ଜରା ହାଡ଼ ଭାଙ୍ଗିଯାଇଛି। ମାନସଙ୍କ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଛି। ଦୀର୍ଘସମୟଧରି ମାନସକୁ ମାଡ଼ମାରିବାରୁ internal injury ରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମାନସଙ୍କ ମୃତ୍ୟୁ ହୋଇଛି। ମାନସଙ୍କୁ ଦୀର୍ଘସମୟ ଧରି ଭୋକିଲା ରଖାଯାଇଥିଲା। କଟକ SCB FMTରେ କରାଯାଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଏସବୁ ଉଲ୍ଲେଖ ହୋଇଛି।

ସାମନାକୁଆସିଲା ଶ୍ରମିଷ୍ଟାଙ୍କ ଫେରାର ହେବାପୂର୍ବର ଭାଇରଲ ଭିଡିଓ। ମାର୍ଚ୍ଚ ପ୍ରଥମସପ୍ତାହର ଏହି ଭିଡ଼ିଓ। ମାନସଙ୍କ ସହଯୋଗୀ ଦୀପକ ଏହି ଷ୍ଟିଙ୍ଗ ଭିଡ଼ିଓ କରିଛନ୍ତି।

ଏଥିରେ ଶର୍ମିଷ୍ଠା ସେହି ରହସ୍ୟମୟ ଚିପ କଥା କହୁଛନ୍ତି। ସେ କହୁଛନ୍ତିଯେ ମାନସ ଙ୍କ ଠାରୁ ଚିପ ପାଇଲାପରେ ଅଣ୍ଡରଟେକିଙ୍ଗ ଲେଖେଇ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯୋଗ୍ୟ ଯେ ଫେବୃଆରି ୧୪ରେ ଚାନ୍ଦବାଲି ଥାନାରେ ଶର୍ମିଷ୍ଠା ଏନେଇ ବୟାନ ଦେଇଛନ୍ତି। ଏକ କାଗଜରେ ମାନସ ଙ୍କ ଦସ୍ତଖତ ଥିବା ଅଣ୍ଡର ଟେକିଙ୍ଗ ରହିଛି। ଚିପ ପାଇଲା ପରେ ଶର୍ମିଷ୍ଠା ଛାଡ଼ି ଦେଇଥିଲେ। ବୋଲି ଲେଖା ଅଛି। ଏନେଇ ଚାନ୍ଦବାଲି SDPO ଦେବୀଶଙ୍କର ପ୍ରସାଦ ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ଚିପ ପାଇଲା ପରେ କାହିଁକି ହତ୍ୟାକଲେ। ଚିପ ସୁରକ୍ଷିତ ନା ଶ୍ରମିଷ୍ଟା ନଷ୍ଟ କରିଛନ୍ତି। ଯଦି ଡିଲିଟ ହୋଇଛି ତାହା retrieve ହୋଇପାରିବ ତ? ଚିପରେ କଣ ଥିଲା? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ। ଏନେଇ ନିରଞ୍ଜନ ଶର୍ମିଷ୍ଠା ଙ୍କୁ ମୁହାଁ ମୁହିଁ ଜେରା କରୁଛି କ୍ରାଇମ ବ୍ରାଞ୍ଚ।

ସେପଟେ ଆଜି ଦୟାଲ ଆଶ୍ରମରେ ହୋଇପାରେ କ୍ରାଇମ ସିନ ରିକ୍ରିଏସନ। ଉଭୟ ଶର୍ମିଷ୍ଠାଓ ନିରଂଜନଙ୍କୁ ଆଣି କିପରି କରିଥିଲେ ହତ୍ୟା ତାହା କହିବେ ହତ୍ୟାକାରୀ।

Leave A Reply

Your email address will not be published.