ଓଡ଼ିଆ ନ୍ୟୁଜ୍: ରାଜସ୍ଥାନର ମନିକା ବିଶ୍ବକର୍ମା ହେଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫।ଥାଇଲାଣ୍ଡରେ ହେବାକୁ ଥିବା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବେ।ୟୁପିର ତାନିୟା ଶର୍ମା, ହରିୟାଣାର ମେହକ ଢିଙ୍ଗ୍ରା ପ୍ରଥମ ଓ ଦ୍ବିତୀୟ ରନରଅପ। ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଥିବା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ବିଜେତାଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାର ମୁକୁଟ ମନିକା ବିଶ୍ୱକର୍ମାଙ୍କ ମୁଣ୍ଡରେ ସଜ୍ଜିତ ହୋଇଛି। ମନିକା ମୂଳତଃ ରାଜସ୍ଥାନର ଗଙ୍ଗାନଗରର ଏବଂ ଦିଲ୍ଲୀରେ ମଡେଲିଂ କରନ୍ତି।
ମନିକାଙ୍କୁ ପୂର୍ବରୁ ମିସ ୟୁନିଭର୍ସ ରାଜସ୍ଥାନ ୨୦୨୪ ପାଇଁ ମଧ୍ୟ ମନୋନୀତ କରାଯାଇଥିଲା। ଏବେ ସେ ଏହି ବର୍ଷ ଶେଷରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ। ମନିକା ତାଙ୍କ ବିଜୟ ଉପରେ ଖୁସି ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରାମର୍ଶଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Prev Post
Next Post