ମଣିପୁର ଲଜ୍ଜା ପ୍ରସଙ୍ଗ, ୧୦ଜଣଙ୍କୁ ଗିରଫ କଲା ସିବିଆଇ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ମଣିପୁର ଲଜ୍ଜା ପ୍ରସଙ୍ଗରେ ଚାରିଆଡେ ନିନ୍ଦା କରାଯାଉଛି । ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ଡ ପରେ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଚାରିଆଡେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଥିବା ବେଳେ ଆକ୍ସନ ମୋଡକୁ ଆସିଛି ସିବିଆଇ । ଅପରାଧ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଏବେ ଯାଏଁ ୧୦ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ ।
ମହିଳାଙ୍କ ଉପରେ ଘଟିଥିବା ନିର୍ୟ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ କରିଛି ସିବିଆଇ । ପାଖାପାଖି ୩ମାସ ହେବ ମଣିପୁରରେ ହିଂସାକାଣ୍ଡା ଘଟିଆସୁଛି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ, ଗତ ଗୁରୁବାର ସିବିଆଇକୁ ତଦନ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଏହାସହିତ ମଣିପୁରରେ କିପରି ପୁଣି ଶାନ୍ତି ଫେରିବ ସେଦିଗରେ ଚେଷ୍ଟା ଜାରି ରହିଛି । ଗତ ସପ୍ତାହ ତଳେ ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ସେହି ଦୁଇ ମହିଳାଙ୍କ ସହ ଗଣ ଦୁଷ୍କର୍ମ ବି କରାଯାଇଥିଲା । ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ବାପା ଓ ଭାଇ ବିରୋଧ କରିବାରୁ ତାଙ୍କୁ ହତ୍ୟା କରିଦିଆଯାଇଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖପ୍ରକାଶ କରିବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାକୁ ସୁପ୍ରିମକୋର୍ଟ ମଧ୍ୟ ନିନ୍ଦା କରିଥିଲେ । ତୁରନ୍ତ ଉଚିତ୍ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।
ସୂଚନା ଅନୁସାରେ ମାମଲାର ବିଚାର କରିବା ଲାଗି ସରକାର ଚାହୁଁଛନ୍ତି । ସମ୍ଭବତଃ ପଡ଼ୋଶୀ ରାଜ୍ୟ ଆସାମରେ ଏହି ଘଟଣାର ବିଚାର କରାଯିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯିବ ବୋଲି ଜଣାପଡ଼ିଛି । ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିବାବେଳେ ବିରୋଧୀ ଇ-ଣ୍ଡି-ଆ ମେଣ୍ଟ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ।

Leave A Reply

Your email address will not be published.