ମଣିପୁର ହିଂସା : ରାଷ୍ଟ୍ରପତି ଶାସନ ଦାବି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ମଣିପୁର ହିଂସା ଥମିବାର ନାଁ ଧରୁନି। ଏହାକୁ ନେଇ ଚାରିଆଡେ ନିନ୍ଦା କରାଯାଉଛି । ରାଜ୍ୟରେ ଉଗ୍ର ହିଂସାର ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ଜୋମି- କୁକି ସଙ୍ଗଠନ । ରାଜ୍ୟରେ ୩୫୬ ଧାରା ଲାଗୁ କରି ରାଷ୍ଟ୍ରପତି ଶାସନ ଜାରି କରିବା ସହ ହିଂସାର ମୂଳ କାରଣ ଖୋଜିବାକୁ ଏନଆଇଏ ଯାଞ୍ଚ କରାଇବାକୁ ଅପିଲ କରିଛି ସଙ୍ଗଠନ ।

ମେ ୩ ତାରିଖରୁ ମଣିପୁରରେ ଲାଗି ରହିଛି ହିଂସା । ଏହା ମଧ୍ୟରେ ଏଥିରୁ ନିସ୍ତାର ପାଇବାକୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କରିଛି ଜୋମି- କୁକି ସଙ୍ଗଠନ ।ଏହାସହ ପାହାଡି ଇଲାକାରେ ପୁଣି ଥରେ AFSPA ଲାଗୁ କରାଯାଉ, ଫଳରେ ପୁରା ରାଜ୍ୟରେ ସେନାର ନିୟନ୍ତ୍ରଣ ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜୋମି – କୁକି ସଙ୍ଗଠନର ଅପିଲକୁ ନଶୁଣିବାକୁ କହିଛି ମୈତେଇ ସମ୍ପ୍ରଦାୟ ।

ଅନ୍ୟପଟେ ମଣିପୁର ଲଜ୍ଜା ପ୍ରସଙ୍ଗକୁ ନେଇ ଗୃହ ଅଚଳ ରହୁଛି । ବିରୋଧୀ ହହଲ୍ଲା କରି ପ୍ରତିବାଦ କରୁଛନ୍ତି।

Leave A Reply

Your email address will not be published.