ମଣିପୁର ହିଂସା; ପୁଲିସ ଅସ୍ତ୍ରାଗାରରେ ପଶି ଲୁଟି ନେଲେ ବନ୍ଧୁକ, ଗୁଳି

0

ଓଡିଆ ନ୍ୟୁଜ (ବ୍ୟୁରୋ) : ମଣିପୁର ହିଂସା ଥମିବାର ନାଁ’ ଧରୁନି । ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି । ରାଜ୍ୟରେ ସଦ୍ୟତମ ଅସ୍ତ୍ରଶସ୍ତ୍ର ଲୁଟ୍‌ ଘଟଣାରେ ଉତ୍ତ୍ୟକ୍ତ ଜନତା ବିଷ୍ଣୁପୁର ଜିଲ୍ଲାରେ ଥିବା ପୁଲିସ ଅସ୍ତ୍ରାଗାରରେ ପଶି ‘ଏ.କେ.ଦ ଓ ‘ଘାତକଦ ସିରିଜ୍‌ର ‘ଆସଲ୍‌ଟ୍‌ ରାଇଫଲ୍‌ଦ ସହିତ ୧୯୦୦୦ରୁ ଅଧିକ ବିଭିନ୍ନ ଆକାରର ଗୁଳି ଲୁଟି ନେଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଉତ୍ତ୍ୟକ୍ତ ଜନତା ନରଣସେନିଆସ୍ଥିତ ‘ସେକେଣ୍ଡ୍‌ ଇଣ୍ଡିଆ ରିଜର୍ଭ ବାଟାଲିୟାନ୍‌’ର ମୁଖ୍ୟାଳୟରେ ଥିବା ଅସ୍ତ୍ରାଗାରରେ ପଶିଥିଲେ ବୋଲି ସୂଚନା ମିଳିଛି ।

ଜଣେ ସରକାରୀ ଅଧିକାରୀ ‘ପିଟିଆଇ’କୁ କହିଛନ୍ତି ଯେ, ଚୁରାଚାନ୍ଦପୁରରେ ଯୋଜନା କରାଯାଇଥିବା ଗଣସମାଧି ପୂର୍ବରୁ ଉତ୍ତ୍ୟକ୍ତ ଜନତା ବିଭିନ୍ନ ଆକାରର ୧୯,୦୦୦ ରାଉଣ୍ଡ୍‌ରୁ ଅଧିକ ଗୁଳି, ଗୋଟିଏ ‘ଏ.କେ.’ ସିରିଜ୍‌ ରଇଫଲ୍‌, ୩ଟି ‘ଘାତକ’ ରାଇଫଲ୍‌, ୧୯୫ଟି ‘ସେଲ୍‌ଫ୍‌-ଲୋଡିଙ୍ଗ୍‌ ରାଇଫଲ୍‌, ୫ଟି ‘ଏମ୍‌ପି-୫ ବନ୍ଧୁକ’, ୧୬ଟି ‘୯ଏମ୍‌ଏମ୍‌ଦ ପିସ୍ତଲ୍‌, ୨୫ଟି ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌, ୨୧ଟି କାର୍ବାଇନ୍‌, ୧୨୪ଟି ହ୍ୟାଣ୍ଡ୍‌ ଗ୍ରେନେଡ୍‌ ଏବଂ ଆହୁରି ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଗଣସାମାଧି ପାଇଁ କୁକି ସମ୍ପ୍ରଦାୟ କରିଥିବା ଯୋଜନା ଯୋଗୁଁ ମଣିପୁର ରାଜ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି।

ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ଜନସମାବେଶ ଉପରେ ଜାରି କରାଯାଇଥିବା ନିଷେଧାଦେଶ ଉଲ୍ଲଂଘନ କରି ପ୍ରସ୍ତାବିତ ଗଣସମାଧିସ୍ଥଳକୁ ବାହାରି ଥିବା ପଟୁଆରକୁ ଅଟକାଇବା ଲାଗି ଗୁରୁବାର ଦିନ ସେନା ଓ ‘ଆର୍‌ଏଏଫ୍‌ଦ କର୍ମଚାରୀମାନେ ବିଷ୍ଣୁପୁର ଜିଲ୍ଲାର କାଙ୍ଗ୍‌ୱାଇ ଓ ପୌଗାକ୍‌ଚାଓ ଅଞ୍ଚଳରେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।

Leave A Reply

Your email address will not be published.