ଓଡ଼ିଆ ନ୍ୟୁଜ୍: କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ।ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ କହିଲେ ମନମୋହନ।ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି।୧୯ ବର୍ଷ ବିରୋଧୀ ଆସନରେ ବସିବା ପରେ ବି କ୍ଷମତାକୁ ଆସି ପାରିଲେନି।ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ- ମନମୋହନ।ଭୁବନେଶ୍ବର ଏମ୍ସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ ଏମ୍ସ।
ମିଥ୍ୟା ଉପରେ କଂଗ୍ରେସ ଦଳ ଆଧାରିତ ବୋଲି କହିଲେ ମନମୋହନ।ଭ୍ରଷ୍ଟାଚାର, ବ୍ୟଭିଚାର ଯୋଗୁଁ କଂଗ୍ରେସକୁ କେହି ଗ୍ରହଣ କରୁନାହାନ୍ତି।ଜଗନ୍ନାଥଙ୍କ ରଥ ତାଙ୍କ ଇଚ୍ଛାରେ ଅଟକେ, ଏମାନଙ୍କ ପାଖରେ କିଛି ମୁଦ୍ଦା ନାହିଁ’କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ରାହୁଲ ଟାର୍ଗେଟ କରି କହିଛନ୍ତି, ଆଦାନୀ ପାଇଁ ରଥକୁ ରୋକାଯାଉଛି । ଏହା ଲୋକଙ୍କ ସରକାର ନୁହେଁ, ଏହା ଆଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଓଡ଼ିଶାରେ ୪୦ ହଜାରରୁ ଊଦ୍ଧର୍ବ ମହିଳା ଗାଏବ ହୋଇଛନ୍ତି।
ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏହାକୁ ନେଇ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମନମୋହନ ସାମଲ। ମନମୋହନ କହିଛନ୍ତି, ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ ।ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି। ୧୯ ବର୍ଷ ବିରୋଧୀ ଆସନରେ ବସିବା ପରେ ବି କ୍ଷମତାକୁ ଆସି ପାରିଲେନି। ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ।