ସାର ପ୍ରସଙ୍ଗ, ନବୀନଙ୍କୁ ମନମୋହନଙ୍କ ପ୍ରଶ୍ନ

0

ଓଡ଼ିଆ ନ୍ୟୁଜ୍: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।‘ସାର ଉପରେ କହିବାକୁ ନବୀନଙ୍କ ନୈତିକତା ନାହିଁ’।‘BJD ସରକାର ବର୍ଷ ବର୍ଷ ଧରି ୟୁରିଆ ଦେଇ ପାରୁନଥିଲେ’।‘ହଜାର ହଜାର ଟଙ୍କାର ସାର ଦୁର୍ନୀତି ଅଭିଯୋଗ ଆସିଥିଲା’ସାର ଯୋଗାଇଦେବାକୁ ସରକାର ସବୁ ବ୍ୟବସ୍ଥା କରୁଛନ୍ତି’।ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାରୀ, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହାର ପ୍ରତିକାର ନିମନ୍ତେ ସେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବାସହତୁରନ୍ତ ଆବଶ୍ୟକୀୟ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।

ସେପଟେ ସାର ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନବୀନଙ୍କୁ ପ୍ରଶ୍ନ କରିଛନ୍ତି । ମନମୋହନ କହିଛନ୍ତି ସାର ଉପରେ କହିବାକୁ ନବୀନଙ୍କ ନୈତିକତା ନାହିଁ । ବିଜେଡି ସରକାର ବର୍ଷ ବର୍ଷ ଧରି ୟୁରିଆ ଦେଇ ପାରୁନଥିଲେ । ହଜାର ହଜାର ଟଙ୍କାର ସାର ଦୁର୍ନୀତି ଅଭିଯୋଗ ଆସିଥିଲା ।

 

Leave A Reply

Your email address will not be published.