ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା।ପ୍ରେସ୍ମିଟ୍ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ। ନୂଆପଡ଼ାରେ ମେଡିକାଲ୍ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି।ନୂଆପଡ଼ାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ। ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ, ତାହା ସମସ୍ତେ ଦେଖିଲେଣି।୨୪ ବର୍ଷ ଶାସନରେ ବିଜେଡି ନୂଆପଡ଼ା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ।
ନୂଆପଡ଼ାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ।ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍ ସହାୟତା ପାଇଛନ୍ତି। ‘ଖରିଆର ରୋଡ୍ NACକୁ ମ୍ୟୁନିସିପାଲିଟି ଘୋଷଣା କରିଛୁ’।୧୪୨୧ କୋଟି ଟଙ୍କା ଯୋଜନାର ପ୍ରସ୍ତୁତି କରିଛୁ।ନୂଆପଡ଼ାରେ ହେବ ମାଛ ଚାଷର ହବ୍।ନୂଆପଡ଼ାରେ ପର୍ଯ୍ୟଟନର ବିକାଶକୁ ଗୁରୁତ୍ବ।୪ ଲେନ୍ ରାସ୍ତା ଓ ସ୍ପୋର୍ଟ୍ସ କପ୍ଲେକ୍ସ ହେବ: ମନମୋହନ।