୧୨ ଶହ ନକଲି ସାର୍ଟିଫିକେଟ ବିକିଛି ମନୋଜ ମିଶ୍ର, ଜାଣନ୍ତୁ ସ୍କାନରରେ ଅଛନ୍ତି କିଏ ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗୀର ଜାଲ୍ ସାର୍ଟିଫିକେଟର ଚେର କ୍ରାଇମ ବ୍ରାଞ୍ଚ ଯେତେ ଖୋଳୁଛି ସେତେ  ଲମ୍ବି ଚାଲିଛି । ଏନେଇ ଆଜି ୭ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି କ୍ରାଇମବ୍ରାଞ୍ଚ । ଗିରଫ ୭ ଜଣଙ୍କ ମଧ୍ୟରେ ଅଛନ୍ତି ଦଲାଲ ଓ ସରକାରୀ ଅଧିକାରୀ । କୋଚିଂସେଣ୍ଟରରୁ ଜବତ ଲାପଟପ ଓ ହାର୍ଡଡିସ୍କ ଭୁବନେଶ୍ବର ଲାବକୁ ପଠାଯିବାକୁ ଏସଡିଜେଏମ କୋର୍ଟଙ୍କ ଅନୁମତି ଦେବାପେର ସେସବୁ ଏବେ ଲାବରେ ରଖି ତଦନ୍ତ କରାଯାଉଛି । ଜାଲ୍ ସାର୍ଟିଫିକେଟ୍ ନେଇ  ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର  ସୂଚନା ଦେଇଥିଲେ । ହେଲେ ଏହି ମାମଲାରେ ଗିରଫ ହୋଇଥିବା ମନୋଜ ମିଶ୍ର ୧୨ ହଜାର ନକଲି ସାର୍ଟିଫିକେଟ ବିକିଥିବା ଜଣାଯାଇଛି । ଏଥିମଧ୍ୟରୁ ମାତ୍ର ୨ ଶହ ଜଣଙ୍କୁ କ୍ରାଇମ ବ୍ରାଞ୍ଚ ଚିହ୍ନଟ କରିଛି । ଆହୁରି ଏକ ହଜାର ଲୋକ କିଏ  ଏବଂ ସେମାନେ କେଉଁଠି ଚାକିରି କି ଚାକିରୀ କରିଛନ୍ତି, ତାହା ଜାଣିବା ପାଇଁ ନେଇ ତନଘନା ଚାଲିଛି ।

ନକଲି ସାର୍ଟିଫିକେଟ ମାମଲାର ମାଷ୍ଟର ମାଇଣ୍ଡ  ମନୋଜ ମିଶ୍ର ଓ ତାର ସହଯୋଗୀଙ୍କୁ ତିନି ଦିନ ରିମାଣ୍ଡରେ ନେଇ ଜେରା କରିଛି କ୍ରାଇମ ବ୍ରାଞ୍ଚ । ଜେରା ବେଳେ ଗିରଫ ଆଲୋକ ଉଦଗାତା ଓ ତ୍ରିବିହାରୀ ପଣ୍ଡାଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି ।  ଅଧିକ ତଥ୍ୟ ପାଇଁ ଏମାନଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ରବିବାର ଦିନ ବଲାଙ୍ଗିରର ୫ଟି ସ୍ଥାନରେ ଚଢଉ କରିଥିଲା କ୍ରାଇମ ବ୍ରାଞ୍ଚ । ଚଢାଉ ବେଳେ ଅନେକ ନକଲି ସାର୍ଟିଫିକେଟ ସହ ପେନଡ୍ରାଇଭ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହି ରାକେଟରେ ସାମିଲ  ଥିବା ୫ ଜଣଙ୍କୁ ବି ଉଠାଇ ନେଇଥିଲା । ଆଗକୁ ଗିରଫ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ପୋଲିସ ସରକାରୀ କର୍ମଚାରୀଙ୍କ ଉପରେ ରଖିଛି କଡା ନଜର । ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦଗାତା  ଚଳାଇଥିଲେ ଏହି ନକଲି ସାର୍ଟିଫିକେଟ କାରନାମା । ବଲାଙ୍ଗୀର ସମେତ ପଡେଶୀ ଜିଲ୍ଲାର ବି ଲିଙ୍କ ରହିଛି  ।

Leave A Reply

Your email address will not be published.