ଓଡ଼ିଆ ନ୍ୟୁଜ୍: ଆଣ୍ଡାମାନ ସାଗର ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଆଗକୁ ବଢ଼ିବ। ପରେ ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନର କିଛି ଅଞ୍ଚଳକୁ ଅଗ୍ରସର ହେବ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୨୭ ରେ କେରଳ ଛୁଇଁବ। ସାଧାରଣତଃ ମୌସୁମୀ ବାୟୁ ଜୁନରେ କେରଳ ପହଞ୍ଚି ଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ଏହା ପ୍ରଥମ ଥର ହେବ। ୨୦୦୯ରେ ମୌସୁମୀ ୨୩ ମେ’ରେ କେରଳରେ ପହଞ୍ଚି ଥିଲା।