ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମୌସୁମୀ ସ୍ପର୍ଶ କରିଛି । ଆଉ କିଛି ଦିନ ଭିତରେ ସମଗ୍ର ଓଡ଼ିଶାକୁ ଛୁଇଁବ । ଏପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପଟି ସକ୍ରିୟ ରହିଛି । ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାପରେ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭାରି ବର୍ଷା ରହିଛି ।
ଚଳିତବର୍ଷ ୧୦ ଦିନ ଆଗରୁ ଓଡ଼ିଶାରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପୂରା ଓଡ଼ିଶାକୁ ସ୍ପର୍ଶ କରିନଥିଲେ ବି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଏହି ୬ ଜିଲ୍ଲାରେ ପହଞ୍ଚିଛି । ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ଅନୁକୁଳ ରହିଛି ପାଗ । ଏପଟେ ବଙ୍ଗୋପସାଗରରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ ।