ଓଡ଼ିଆ ନ୍ୟୁଜ୍: ବିଜାପୁର ଅପରେସନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା। ତାଡ଼ପାଲା ଅଞ୍ଚଳରେ ମାଓ ଆଡ୍ଡାକୁ ଧ୍ୱଂସ କଲେ ସୁରକ୍ଷାବାହିନୀ।୫୧ଟି BGL, ୫ଟି IED ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ନଷ୍ଟ। କୋବ୍ରା ଓ CRPFର ମିଳିତ ଅପରେସନରେ ମାଓ ଆକ୍ରମଣ ଯୋଜନା ପଣ୍ଡ। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଡମ୍ପକୁ ସିଆରପିଏଫ୍ ଏବଂ କୋବ୍ରା ଯବାନ ଉଦ୍ଧାର କରିଛନ୍ତି। ବିଜାପୁର ଜିଲ୍ଲାର ତାଡପାଲ ଜଂଗଲରେ ଜିଲ୍ଲା ପୁଲିସ ସହ ସିଆରପିଏଫ୍, କୋବ୍ରା ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ଡମ୍ପକୁ ଉଦ୍ଧାର କରିଥିଲେ।
ନକ୍ସଲ ଡମ୍ପ କରି ଏଠାରେ ୫୧ଟି ଜୀବନ୍ତ ବିଜିଏଲ, ୧୦୦ ବଣ୍ଡଲ ବିଦ୍ୟୁତ ତାର, ୫୦ଟି ଷ୍ଟିଲ ପାଇପ, ୨୦ଟି ଲୁହାର ସିଟ, ୪୦ଟି ପ୍ଲେଟ, ୫ଟି ପ୍ରେସର ବୋମା ସମେତ ଆହୁରି ବହୁ ପରିମାଣର ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ଯବାନ ତୁରନ୍ତ ସମସ୍ତ ସାମଗ୍ରୀକୁ ଉଦ୍ଧାର କରି ପୁଲିସ ଜିମାରେ ଦେଇଛନ୍ତି।