୪ ମାଓବାଦୀ ନିହତ

0

ଓଡ଼ିଆ ନ୍ୟୁଜ୍: ଓଡିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଅଂଚଳରେ ଏନକାଉଣ୍ଟର, ୪ ଜଣ ନକ୍ସଲ ନିପାତ। ପୁଲିସ ଏମାନଙ୍କୁ ଚିହ୍ନଟ କରିଛି। ଏମାନେ ହେଲେ ଦକ୍ଷିଣ ବସ୍ତର ଡିଭିଜନର ଏସିଏମ ହୁଙ୍ଗା। ହୁଙ୍ଗା ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ପ୍ଲାଟୁନ ନମ୍ବର ୩୦ର ଏସିଏମ ଲଖେ। ଲଖେ ନାମରେ ମଧ୍ୟ ୫ ଲକ୍ଷ ଟଂକା ରହିଥିଲା। ସେହିପରି ଏସିଏମ ଭିମେ ନାମରେ ମଧ୍ୟ ୫ ଲକ୍ଷ ଏବଂ ପାର୍ଟି ସଦସ୍ୟ ନହାଲ ଅରଫ ରାହୁଲ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା।

ଏଥିସହ ଘଟଣାସ୍ଥଳରୁ ଏସଏଲଆର, ଇନସାସ, ବିଏଜିଏଲ, ଜୀବନ୍ତ ଗୁଳି, ୩୧୫ ରାଇଫଲ ସମେତ ନକ୍ସଲ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ବସ୍ତର ଅଂଚଳରେ ଗତ ୧୯ ମାସରେ ୪୨୫ ଜଣ ନକ୍ସଲଙ୍କ ଏନକାଉଣ୍ଟରରେ ମରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଆଇଜି ସୁନ୍ଦରରାଜ ପି ଏନକାଉଣ୍ଟରର ବିସ୍ତୃତ ବିବରଣୀ ଦେଇଥିଲେ।

Leave A Reply

Your email address will not be published.