ଟଳିଲେ ୧୨ ମାଓବାଦୀ, ୩ ଯବାନ ସହିଦ୍

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର।ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୧୨ ମାଓବାଦୀ।ଗୁଳି ବିନିମୟ ବେଳେ ୩ ଡିଆର୍‌ଜି ଯବାନ ସହିଦ, ୨ ଗୁରୁତର।ଘଟଣାସ୍ଥଳରୁ SLR, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ।

ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏହି ଭୟଙ୍କର ଏନକାଉଣ୍ଟର ହେଉଛି । ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ୩ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି ।ଦାନ୍ତେୱାଡା ଡିଆଇଜି କମଳଲୋଚନ କଶ୍ୟପ କହିଛନ୍ତି ଯେ, ଗତ ଦୁଇ ଘଣ୍ଟା ଧରି ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏପର୍ଯ୍ୟନ୍ତ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି, ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.