ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨ରେ ୫ ମାଓବାଦୀ ସଫା

0

ଓଡ଼ିଆ ନ୍ୟୁଜ୍: ନକ୍ସଲ ନିପାତ ପାଇଁ ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨; ଟଳିଲେ ୫ ମାଓବାଦୀ।ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ଅପରେସନ୍।ବିପୁଳ ପରିମାଣରେ ବିସ୍ଫୋରକ ଜବତ; ୫ ମୃତକଙ୍କ ପରିଚୟ ମିଳିପାରିନି। ଅପରେସନ୍‌ ବ୍ଲାକ୍‌ ଫରେଷ୍ଟ-୨ରେ ୨ ହଜାରରୁ ଊର୍ଦ୍ଧ୍ୱ ଯବାନ ସାମିଲ୍। କାରେଗୁଟ୍ଟା ଜଙ୍ଗଲରେ ନକ୍ସଲ ମେଳି କରୁଥିବା ଖବର ପାଇ ଚଢ଼ାଉ। ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୂଳପୋଛ ପାଇଁ ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ।

ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର କେରେଗୁଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହି ଗୁଇନ୍ଦା ସୂଚନା ପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ଦୀର୍ଘ ସମୟ ଧରି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଶେଷରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତଦେହ ମିଳିଥିଲା । ତେଣୁ ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇତିବା ଜଣାପଡିଛି ।ସେପଟେ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏବେବି ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ଖବର ମିଳିଛି ।

Leave A Reply

Your email address will not be published.