ମାଟି ତଳୁ ମିଳିଲା ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ସୀମାନ୍ତ ଚାଇଁବସାର ସରଣ୍ଡା ଜଙ୍ଗଲରୁ ମିଳିଲା ପୁଳାପୁଳା ଟଙ୍କା ବିଡ଼ା। ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ନେଇ ଗୋଇନ୍ଦା ବିଭାଗ ସୂଚନାକୁ ଭିତ୍ତି କରି ଗତକାଲି ସରଣ୍ଡାରେ କମ୍ବିଂ ଅପରେଶନ ସହିତ ସର୍ଚ୍ଚ ଜାରି ରଖିଥିଲେ ସୁରକ୍ଷା ବଳ ଯବାନ।

ମାଓବାଦୀମାନେ ଏହି ଟଙ୍କାକୁ ମାଓବାଦୀ କାର୍ଯ୍ୟକଳାପରେ ଲଗାଉଥିଲେ ଓ ଦଳର କ୍ୟାଡରମାନଙ୍କୁ ମଧ୍ୟ ଦରମା ଦେଉଥିବା ନେଇ ଗୋଇନ୍ଦା ବିଭାଗର ସୂଚନା ରହିଥିଲା । ଆଜି ଏ ସଂକ୍ରାନ୍ତରେ ୩୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଜବତ କରାଯାଇଥିବା ନେଇ ନେଇ ରାଞ୍ଚି ଆଜିଙ୍କ ସୂଚନା ପରେ ଘଟଣା ଲୋକଲୋଚନକୁ ଆସିଛି।

Leave A Reply

Your email address will not be published.