ଗୁମ୍ଫାରୁ ବିପୁଳ ମାଓ ସାମଗ୍ରୀ ଜବତ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି: ପୋଲିସ ଓ BSFକୁ ମିଳିଛି ଆଉ ଏକ ସଫଳତା।ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ।କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଜବତ।ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ଜିଲେଟିନ ଷ୍ଟିକ୍, ଲ୍ୟାଣ୍ଡ ମାଇନ ଜବତ। ମିଳିଥିବା ସୂଚନା ଅନୁସାରେ, ଏଥିରେ ଲ୍ୟାଣ୍ଡମାଇନ, ଜିଲୋଟିନ ଷ୍ଟିକ୍ ନକ୍ସଲ ପ୍ରଚାର ପତ୍ର, ପିସ୍ତଲ ଓ ୧୫୦ ରାଉଣ୍ଡ ଅଫୁଟା ଗୁଳି ରହିଛି। ଛତିଶଗଡ଼ରେ ଜୋରଦାର ଅପରେସନ ଚାଲିଥିବାବେଳେ ମାଓବାଦୀମାନେ ମାଲକାନଗିରି ସୀମା ଭିତରେ ପ୍ରବେଶ କରି ଏସବୁ ବିସ୍ଫୋରଣ ସାମଗ୍ରୀକୁ ଡମ୍ପ କରିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

ଏହା ପୂର୍ବରୁ ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ରବିବାର ଏନକାଉଣ୍ଟର ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ। ତେବେ ଏହି ଏନକାଉଣ୍ଟର, ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓବାଦୀମାନେ ଏକତ୍ରିତ ହୋଇ ଏକ ବୈଠକ କରିବାର ଯୋଜନା କରୁଥିବା ଗୁଇନ୍ଦା ସୂଚନା ପରେ ହୋଇଥିଲା। ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ପ୍ରାୟ ଦୁଇ ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା।

Leave A Reply

Your email address will not be published.