ଓଡିଆ ନ୍ୟୁଜ୍(ବ୍ୟୁରୋ): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି , ଡିଭିଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ପ୍ରଥମେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥଲା ।
ପରେ ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।ସେଠାରୁ ବଡ଼ ଧରଣର ଏକ ମାଓ କ୍ୟାମ୍ପ ଠାବ କରାଯାଇଛି । ଏଥିରେ ଏୟାର ଗନ, ଗୁଳିଗୋଳା ସହ ବହୁ ମାଓ ସାମଗ୍ରି ଜବତ କରାଯାଇଛି । ଏଥିସହ ସଂପୃକ୍ତ ଅଞ୍ଚଳରେ ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ। ଏହି ସମୟରେ SOG ପକ୍ଷ ରୁ284 ରାଉଣ୍ଡ ଗୁଳି ଫୁଟିଥିଲା। ସେହିଭଳି 20ଟି UBGL ବା Under Barell Grenade launcher ମଧ୍ୟ ଫାୟାର କରିଥଲେ SOG। ଏହି ପାଟଧାରା ଜଙ୍ଗଲରେ ଗତ ୨୧ ତାରିଖରେ ଏହି ମାଓବାଦୀ ଗ୍ରୁପଙ୍କ ଆମ୍ବୁସରେ ୩ ଯବାନ ସହିଦ ହୋଇଥିଲେ। ସେବେଠାରୁ ଏହି ଅଂଚଳରେ ଜୋରଦାର କରାଯାଉଛି ଅପରେସନ। ସ୍ଵାଭିମାନ ଅଞ୍ଚଳରେ ରାଜ୍ୟ ପୋଲିସ ମାଓ ଦମନ କ୍ଷେତ୍ରରେ ସଫଳତା ପାଇଥିବା ବେଳେ ଓଡିଶା ଛତିଶଗଡ ଅଞ୍ଚଳରେ ମାଓବାଦୀ ସକ୍ରିୟ ରହିଛନ୍ତି। ସୋଗ, DVF CRPF ର ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି ଏ ଅଞ୍ଚଳରୁ ମାଓବାଦୀଙ୍କୁ ହଟାଇବା ପାଇଁ। ଏବେ ବି ସେଠାରେ ମିଳିତ ଅପରେସନ ଜାରି ରହିଛି।