ଓଡ଼ିଆ ନ୍ୟୁଜ, ରାଇରଙ୍ଗପୁର : ମାର୍କାପଲ୍ଲୀ ପଞ୍ଚାୟତ ସ୍ତରୀୟ ମାସିକ ବୈଠକ । ଅନୁଷ୍ଠିତ ଆଜି ମାଲକାନାଗିରି ଜିଲ୍ଲାର ମାର୍କାପଲ୍ଲୀ ପଞ୍ଚାୟତ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁନନ୍ଦା ଗାଡେଲୀ ଅଧ୍ଯକ୍ଷତା କରି ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କ ରେ ଅବଗତ କରିବା ନୂତନ ଯୋଜନାର ରୂପରେଖ ସମ୍ପର୍କ ରେ ସୂଚନା ଦେଇଥିଲେ।ଏବଂ ଚଳିତ ବର୍ଷର ସମସ୍ତ ନୂତନ କାର୍ଯ୍ଯର ଉନ୍ନତି ଓ ତାର ବିକାଶ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ସୂଚନାଯୋଗ୍ଯ ଯେ, ଏହି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ । ତେଣୁ ଏଠାକାର ସାମୁହିକ ବିକାଶ କୁ ଆଖି ଆଗରେ ରଖି ସ୍ଥାନୀୟ ପିଇଓ ଜୟନ୍ତ ପାଢୀଙ୍କ ତତ୍ତ୍ବଅବଧାନ ରେ ଅନେକ ଲୋକ ହିତକର ଯୋଜନା ହାତକୁ ନେଇ ପଞ୍ଚାୟତକୁ ସମୃଦ୍ଧଶାଳୀ ଅଞ୍ଚଳରେ ପରିଣତ କରିବା ପାଇଁ କାର୍ଯ୍ଯ ଖସଡା ପ୍ରସ୍ତୁତ କରିଛନ୍ତି ବୋଲି ପୂର୍ବତନ ସରପଞ୍ଚ,ସହଦେବ ମୁଦୁଲି ଓ ଶ୍ରୀ ହାତୀରାମ ଗାଡେଲୀ ସୂଚନା ଦେଇଥିଲେ ।
ଏହି ଶିବିରରେ ପଞ୍ଚାୟତ ର ସମସ୍ତ ୱର୍ଡମେମ୍ବର, ବରିଷ୍ଠ ସଦସ୍ଯା ଓ ସଦସ୍ଯ ତଥା ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ଯା କୁ ଶୁଣିବା ସହିତ ତୁରନ୍ତ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।