ପୁରୁଣା ଉଠା ଦୋକାନୀଙ୍କ ଉପରେ ଦାଉ ସାଜୁଛନ୍ତି ମାର୍କେଟ ବିଲ୍ଡିଂ ସଂଘ, ଉଠା ଦୋକାନୀ ଅଳିଆ ଫିଙ୍ଗିBMC ଗାଇଡ଼ଲାଇନ ଭାଙ୍ଗୁଥିବା ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କାଉ ଖାଇବ ପଣସ ବଗମୁଣ୍ଡରେ ଅଠା । ଏଭଳି ଲୋକବାଣୀ ମାର୍କେଟି ବିଲ୍ଡିଂର ପୁରୁଣା ଉଠା ଦୋକାନୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ମାର୍କେଟି ବିଲ୍ଡିଂ ସଂଘ ବସାଇଥିବା ନୂଆ ଉଠାଦୋକାନୀ ମାନେ ଅଳିଆ ଆବର୍ଜନା ଗଦାକରୀ ପୁରୁଣା ଉଠାଦୋକାନୀଙ୍କ ନା ବଦନାମ କରିବାରେ ବେସ୍ତ | ପୁରୁଣା ଉଠାଦୋକାନୀଙ୍କୁ ହତାଦର କରି କିଛି ମାର୍କେଟି ବିଲ୍ଡିଂ ସଂଘ କିଛି ନୂଆ ଉଠାଦୋକାନୀଙ୍କୁ 500 ରୁ 5000 ଭଡା ପାଇବା ଆଶାରେ ନିଜ ଦୋକାନ ବାହାରେ ବସାଉଛନ୍ତି |

ଯେଉଁଥିପାଇଁ ପୁରୁଣା ଉଠାଦୋକାନୀ ଙ୍କର ପେଟ ଉପରେ ପ୍ରଭାବ ପଡିଛି ଏବଂ ଏଭଳିକି ନୂଆ ଉଠାଦୋକାନୀ ମନେ BMC ର ଗାଇଡ଼ଲାଇନକୁ ବେଖାତିର କରି ଏଠିସେଠୀ ଅଳିଆ ଆବର୍ଜନା ଗଦା କରୁଛନ୍ତି। କିନ୍ତୁ ଦୋଷ ମୁଣ୍ଡାଉଛନ୍ତି ପୁରୁଣା ଉଠାଦୋକାନୀ। ଯାହା ଫଳରେ ମାର୍କେଟି ବିଲ୍ଡିଂ ସଂଘ ଅଳିଆ ଆବର୍ଜନା ଉଠାଉନାହାନ୍ତି। ଯେଉଁଥି ପାଇଁ ମାର୍କେଟି ବିଲ୍ଡିଂ ଅଞ୍ଚଳ ଦୃଗନ୍ଧରେ ଫାଟି ପଡୁଛି ବୋଲି ନୂଆ ଉଠା ଦୋକାନୀ ଅଭିଯୋଗ କରିଛନ୍ତି। ତେଣୁ କହିବାକୁ ଗଲେ ଥିବାରୁ ପୁରୁଣା ଉଠା ଦୋକାନୀଙ୍କ ଉପରେ ଦାଉ ସାଜୁଛି ମାର୍କେଟ ବିଲ୍ଡିଂର ସଙ୍ଘ |

Leave A Reply

Your email address will not be published.