ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବକ ଉତ୍କଣ୍ଠା । ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍ର ଖେଳାଳି । ଏହି ମ୍ୟାଚରେ ବାରବାଟୀ ଷ୍ଟାଡିୟମ୍ରେ ପ୍ରଥମ ଥର ଓପନ୍ କନସର୍ଟ ଅନୁରୂପ ଅନୁଭୂତି ନେବେ ଦର୍ଶକ । ଭାରତରେ ଇଡେନ୍ ଗାର୍ଡେନ୍ ପରେ ଦ୍ଵିତୀୟ ଷ୍ଟାଡିୟମ୍ ଭାବେ ବାରବାଟୀରେ ଡିଏମ୍ଏକ୍ସ ଲାଇଟିଂ ସିଷ୍ଟମ ଆରମ୍ଭ ହେବ । ଏହି ସିଷ୍ଟମ ମାଧ୍ୟମରେ ସମସ୍ତ ୮ ଫ୍ଲଡ୍ଲାଇଟ୍ ଗୁଡ଼ିକ ଗୋଟିଏ ସଫ୍ଟୱେର ସହିତ ଯୋଡ଼ିହେବେ । କଣ୍ଟ୍ରୋଲ୍ ରୁମରୁ ଲାଇଗୁଡ଼ିକୁ ବନ୍ଦ ଓ ଆରମ୍ଭ କରାଯିବା ଭଳି ବ୍ୟବସ୍ଥା ରହିବ ।
ଖେଳ ଆରମ୍ଭ ପୂର୍ବରୁ ଓ ଇନିଂସ ମଝିରେ ମ୍ୟୁଜିକ୍ର ତାଳେତାଳେ ଲାଇଟ୍ଗୁଡ଼ିକ ଧପଧପ୍ ହେବ। ଏଥିସହ ଦର୍ଶକମାନଙ୍କୁ ଲାଇଟ୍ରେ ବିଭିନ୍ନ ଲେଖା ପ୍ରଦର୍ଶନ କରାଯାଇ ମନୋରଂଜନ ଯୋଗାଇବା ଭଳି ଯୋଜନା କରାଯାଇଛ । ଏହି ଲାଇଟକୁ ପରୀକ୍ଷାମୂଳକ ଭାବେ ଡେମୋ ପ୍ରଦର୍ଶନ କରାଯାଇଥିଲା । ତେବେ ମ୍ୟାଚ୍ ପାଇଁ ଜାରୀ ହେଲା ଟ୍ରାଫିକ୍ କଟକଣା । ଏହି ଦୁଇ ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବାକୁ ବାରବାଟୀ ଷ୍ଟାଡିୟମ୍ ଓ ଏହାର ଆଖପାଖରେ ପ୍ରବଳ ଜନସମାଗମ ହେବ । ଏଣୁ କଟକ କମିସନରେଟ୍ ପୁଲିସ ପକ୍ଷରୁ କିଛି ରାସ୍ତାରେ କଟକଣା ଜାରି କରାଯାଇଛି ।