ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା

0

କଟକ: ଆଜିଠୁ ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଛି । ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷାର ମଧ୍ୟ ମୂଲ୍ୟାୟନ ଆରମ୍ଭ ହେବ । ମାଟ୍ରିକ୍‌ ରେଗୁଲାର ଓ ଏକ୍ସ ରେଗୁଲାର ସହ ଏସ୍‌ଓଏସ୍‌ସି ଓ ମଧ୍ୟମା ପରୀକ୍ଷାକୁ ମିଶାଇଲେ ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ପରୀକ୍ଷା ଦେଇଥିଲେ ।

ରାଜ୍ୟ ବ୍ୟାପୀ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ହେଉଥିବା ଏହି ଖାତା ଦେଖା କାର୍ୟ୍ୟ ୧୨ ଦିନ ମଧ୍ୟରେ ସାରିବାକୁ ଧାର୍ୟ୍ୟ କରାଯାଇଛି । କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ତେବେ ମୂଲ୍ୟାୟନ କାର୍ୟ୍ୟରେ ନିୟୋଜିତ ଶିକ୍ଷକ ତଥା ମୂଲ୍ୟାୟନକାରୀମାନ ଆଲର୍ଟ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ପହଂଚି କ୍ୟାମ୍ପ୍‌ ସୁପରଭାଇଜରଙ୍କ ପାଖରେ ଉପସ୍ଥିତି (ଜଏନିଂ) ଜଣାଇଥିଲେ । ଅନ୍ୟପକ୍ଷରେ ମୂଲ୍ୟାୟନକାରୀଙ୍କ ମଧ୍ୟରୁ କେତେକ କୌଣସି ଅସୁବିଧା କାରଣରୁ ଆଜି ମୂଲ୍ୟାୟନ କେନ୍ଦ୍ରରେ ଧାର୍ୟ୍ୟ ସମୟରେ ନିଜର ଉପସ୍ଥିତି ଜଣାଇପାରିନଥିବାରୁ ସେମାନଙ୍କ ସ୍ଥାନରେ ଜିଲ୍ଲା ଶିକ୍ଷାଧିକାରୀମାନେ ନୂଆ ମୂଲ୍ୟାୟନକାରୀଙ୍କୁ ନିୟୋଜିତ କରିଥିବା ସୂଚନା ମିଳିଛି ।

ତେବେ ବିନା କାରଣରେ ମୂଲ୍ୟାୟନ କାର୍ୟ୍ୟରେ ଯୋଗନଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଖାତା ଦେଖା ହେବ । ତେବେ ଖରା ବଢିଲେ ଅବସ୍ଥା ଦେଖି କ୍ୟାମ୍ପ ସୁପରଭାଇଜର୍‌ମାନେ ଖାତା ଦେଖା କାର୍ୟ୍ୟକୁ ୯ଟା ପୂର୍ବରୁ ମଧ୍ୟ ଆରମ୍ଭ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.