ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଇଏ ହେଉଛନ୍ତି ଯାଆଁଳା ଭାଇ ଭଉଣୀ ହାପି ଯେନା ଓ ଲିପି ଯେନା। ମାଟ୍ରିକ ବୋର୍ଡ ସାଟିଫିକେଟରେ ତ୍ରୁଟି,ପ୍ରଧାନଶିକ୍ଷକଙ୍କ ଦାୟିତ୍ଵହୀନତା ଆଉ ବୋର୍ଡର ଖାମଖିଆଲ କାର୍ଯ୍ୟ ଯୋଗୁ ୩ ବର୍ଷ ହେବ ଏ ଭାଇ ଭଉଣୀ ଦୁଇ ଜଣ ଏଯାଏଁ କଲେଜରେ ନାମ ଲେଖାଇ ପାରିଲେ ନାହିଁ କି ପାଠ ପଢ଼ି ପାରିଲେ ନାହିଁ।ବାପା ମାଆ ଦୁଇ ପିଲାଙ୍କ ର ଏଇ କଥାକୁ ନେଇ ସ୍କୁଲ କୁ ଦଉଡ଼ି ଦଉଡ଼ି ଚପଲ ଛିଣ୍ଡିଲାଣି ହେଲେ ଏ ଯାଏଁ କୌଣସି ସୁଫଳ ପାଇଲେ ନାହିଁ।ଶିକ୍ଷକ ମାନଂକ ଠାରୁ ଖାଲି ମିଛ ପ୍ରତିଶ୍ରୁତି ଶୁଣି ଶୁଣି ଘର କୋଣରେ ବସି କାନ୍ଦୁଥିବା ଏଇ ଦୁଇ ପିଲା ଶେଷରେ ଆଇନର ଆଶ୍ରୟ ନେବାକୁ ବାହାରିଛନ୍ତି ।ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଅଧୀନ ବିରୋଳି ହରିଜନ ସାହିର ବିକଳା ଯେନା ଓ ଲତା ଯେନା ପୁଅ ହାପି ଯେନା ଓ ଝିଅ ଲିପି ଯେନାଙ୍କ କଥା।ଗରିବ ପରିବାରରେ ଜନ୍ମ ହୋଇଥିବା ଏଇ ଦୁଇ ଯାଆଁଳା ଭାଇ ଭଉଣୀ ଶିକ୍ଷାବର୍ଷ ୨୦୨୦-୨୧ ମସିହାର ଗାଁ ପାଖ ଧାମନଗର ବ୍ଲକ ଅଧିନ ଦେହୁଡି-ଆନନ୍ଦପୁର ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଦିନ ରାତି ଏକ କରି ପାଠ ପଢିଲେ,ବର୍ଷ ସାରା ଅକ୍ଲାନ୍ତ ପରିଶ୍ରମ କଲେ ଆଉ ଖଡ଼ିପଦା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଲେ ଆଉ ପରୀକ୍ଷାରେ ପାସ ମଧ୍ୟ କଲେ। ଖୁସି କହିଲେ ନ ସରେ ,ମନରେ ଅନେକ ଅସୁମାରୀ ସ୍ୱପ୍ନ ଏବେ କଲେଜ ଯିବେ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିବେ।ପରୀକ୍ଷା ଫଳର କିଛି ଦିନ ପରେ ସ୍କୁଲ କୁ ବୋର୍ଡ ସାଟିଫିକେଟ ଆସିଗଲା।
ହାପୀ ଆଉ ଲିପି ଖୁସିରେ ବିଦ୍ୟାଳୟକୁ ଧାଇଁଲେ।ତତ୍କାଳୀନ ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ଏଇ ଦୁଇ ପିଲାଙ୍କୁ ସ୍କୁଲ ଲିଭିଂ ,ମାଇଗ୍ରେସନ୍ ପ୍ରମାଣପତ୍ର ସହିତ ବୋର୍ଡ ସାଟିଫିକେଟ ମଧ୍ୟ ଦେଲେ।ହେଲେ ସାଟିଫିକେଟରେ ଲାଗିଥିବା ଛାତ୍ରୀ ଲିପି ଫଟୋ ସ୍ଥାନରେ ଜଣେ ଅଜଣା ପୁଅ ଫଟୋ ଆଉ ଛାତ୍ର ହାପି ଫଟୋ ଜାଗାରେ ଅନ୍ୟ କେହି ଅଜଣା ଝିଅ ପିଲାର ଫଟୋ ବସିଥିଲା।ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହାପି- ଲିପି।ଘରେ ଆସି କାନ୍ଦି କାନ୍ଦି ବାପାଙ୍କୁ ଜଣାଇଥିଲେ।ହାପି- ଲିପି ଙ୍କ ବାପା ବିକଳା ଏ ନେଇ ବିଦ୍ୟାଳୟରେ ୧୦ ଥର ଯୋଗାଯୋଗ କରିବା ପରେ ଏଇଟା ବୋର୍ଡ ର ତ୍ରୁଟି ୧୦୦୦ ଟଙ୍କା ଦେଲେ ଠିକ୍ ହୋଇଯିବ ଆଉ ୩ ମାସ ଭିତରେ ପୁଣି ନୂଆ ସାଟିଫିକେଟ ଆସିବ ବୋଲି କହିଲେ ତତ୍କାଳିନ ଜୈନିକ ସୁନାମଧନ୍ୟ ପ୍ରଧାନଶିକ୍ଷକ।ବହୁ କଷ୍ଟରେ ଦିନ ମଜୁରିଆ ବିକଳା ପଇସା ଦେଲେ।ଆଉ ୩ ମାସ ଅପେକ୍ଷା କଲେ ।ପୁଣି ୩ ମାସ ପରେ ହାପି- ଲିପି ଆଉ ତାଙ୍କ ବାପା ବିକଳା ସ୍କୁଲ କୁ ଦଉଡ଼ିଲେ ହେଲେ ପୁଣି ସେଇ ମିଛ ପ୍ରତିଶ୍ରୁତି ଆଉ ଅଳ୍ପ ଦିନ ଭିତରେ ମିଳିଯିବାର ପ୍ରର୍ତିଶୃତ ପାଇଁ ବିଦ୍ୟାଳୟରୁ ଫେରିଥିଲେ ବିକଳା। ଏମିତି କି ଟଙ୍କା ଦିପୋଜିଟ ବିଲ୍ ଦେଖିବାକୁ କହିବାରୁ ଅନେକ କଥା ଶୁଣିଥିଲେ ବିକଳା। ଆଉ ୟାରି ଭିତରେ ୩ ମାସ ଯାଇଁ ୩ ବର୍ଷ ବିତିଗଲା,ମାନେ ୩ ଟି ଶିକ୍ଷାବର୍ଷ ଚାଲିଗଲା ହେଲେ ହାପି- ଲିପିଙ୍କୁ ମିଳିଲା ନାହିଁ ସଠିକ ଅସଲି ବୋର୍ଡ ସାଟିଫିକେଟ।ଏମିତି ବଡ଼ ବଡ଼ କଥା କହି ମିଥ୍ୟା ପ୍ରତିଶ୍ରୁତି ଦେଇ ଦାୟିତ୍ଵ ନେଇଥିବା ତତ୍କାଳୀନ ପ୍ରଧାନଶିକ୍ଷକ ବି ଅବସର ନେଲେ ହେଲେ ପିଲାଙ୍କ ଜୀବନକୁ ନେଇ ଖେଳ ଖେଲି ଦେଲେ । ହାପି- ଲିପି ଙ୍କ ବାପା ବିକଳା ଶହେ ଥର ସ୍କୁଲ ଏବର ପ୍ରଧାନଶିକ୍ଷକ ଆଉ ସେତେବେଳେର ତତ୍କାଳୀନ ପ୍ରଧାନଶିକ୍ଷକଙ୍କ ଘରକୁ ଦଉଡ଼ି ଦଉଡ଼ି ଶେଷରେ କାନ୍ଦି କାନ୍ଦି ଘରକୁ ଫେରି ଏବେ ଆଇନର ଆଶ୍ରୟ ନେବାକୁ ମନ ବଳାଇଛନ୍ତି।ଏପଟେ ହାପି- ଲିପି ଙ୍କ ସାନ ଭାଇ ମୁନା ଯେନା ଚଳିତ ବର୍ଷ ସେଇ ସ୍କୁଲରେ ପାଠ ପଢ଼ି ପାସ କରି ଏବେ +୨ କଲେଜରେ ନାମ ଲେଖାଇ ପାଠ ପାଠ ପଢୁଥିବା ବେଳେ ୩ ବର୍ଷ ହେବ ହାପି- ଲିପି ଇଚ୍ଛା ଥାଇ ମଧ୍ୟ ବୋର୍ଡ ସାଟିଫିକେଟ ନ ଥିବାରୁ +୨ ପଢ଼ି ପାରିଲେ ନାହିଁ।ଏବେ ଦୁହିଁଙ୍କୁ ୧୮ ବର୍ଷ ହେଲାଣି।
ଆଉ ଦେଖୁ ନାହାନ୍ତି ଦୁଇ ଜଣ ପିଲା କେମିତି ମନ ଦୁଃଖ କରି କାନ୍ଦୁଛନ୍ତି।ଖାଲି ଏଇ ଦୁଇ ଜଣ ପିଲା ନୁହଁ ବିଦ୍ୟାଳୟର ଦାୟିତ୍ଵହୀନତା ପାଇଁ ଏହି ପଞ୍ଚାୟତ ଅଧୀନ ତିକ୍ଷିଲିଆ ଗ୍ରାମର ରାଜକିଶୋର ଭୋଇ,ସୁନୀତାରାଣୀ ଭୋଇ , ସତ୍ୟବ୍ରତ ଭୋଇ,ଆଶୁତୋଷ ଭୋଇଙ୍କ ସମେତ ମୋଟ ୧୩ ଜଣ ପିଲା ମଧ୍ୟ ସମାନ ଘଟଣାର ଶିକାର ହୋଇଛନ୍ତି । ଏ ନେଇ ଆମ ପ୍ରତିନିଧି ବର୍ତ୍ତମାନର ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ଏଇ ଥର ବ୍ୟବସ୍ଥା ହେବ ବୋଲି କହିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ମାନ୍ୟବର ଶିକ୍ଷାମନ୍ତ୍ରୀ,ମାଧ୍ୟମିକ ଶିକ୍ଷା ପରିଷଦ କଟକ, ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ସମେତ ୫ଟି ସରକାର ତୁରନ୍ତ ଶୁଭ ଦୃଷ୍ଟିଦେଲେ ୩ ବର୍ଷ ହେବ ପାଠ ପଢ଼ାରୁ ବଞ୍ଚିତ ହୋଇଥିବା ଏହି ପିଲାମାନେ ପାଠ ପଢ଼ି ସୁନ୍ଦର୍ ଭବିଷ୍ୟତ ଗଢି ପାରିବେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପିଲାଙ୍କୁ କେବେ ମିଳୁଛି ସଠିକ୍ ଅସଲି ବୋର୍ଡ ମାଟ୍ରିକ ସାଟିଫିକେଟ।