ଓଡ଼ିଆ ନ୍ୟୁଜ୍: ନୋଡାଲ ସେଣ୍ଟର ଯିବ ପ୍ରଶ୍ନପତ୍ର। ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ଆଜିଠାରୁ ନୋଡାଲ୍ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍ରୁ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ ।
ବୋର୍ଡ ଷ୍ଟ୍ରଙ୍ଗରୁମ୍ରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ ୪୯ଟି ଡେସପାଚ୍ ଟିମ୍ ଗଠନ ହୋଇଛି । ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର କେଉଁ ରୁଟ୍ରେ ଯିବ ସେଥିପାଇଁ ରୁଟ୍ଚାର୍ଟ ପ୍ରସ୍ତୁତ ହୋଇଛି । ପ୍ରଶ୍ନପତ୍ର ନେଇ ଯାଉଥିବା ପ୍ରତି ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ ।