ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ, ପୁଅଙ୍କୁ ପଛରେ ପକାଇଲେ ଝିଅ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ପ୍ରକାଶ ପାଇଛି ବହୁ ପ୍ରତିକ୍ଷିତ ମାଟ୍ରିକ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫଳ ଘୋଷଣା କରିଛନ୍ତି । ଏଥର ୯୬.୪% ପାସ୍‌ ହାର ରହିଛି । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ ଏ୧ ଗ୍ରେଡରେ ପାସ୍‌ କରିଥିବା ବେଳେ ୨୯ ହଜାର ୮୩୮ ଜଣ ଏ୨, ୭୭ ହଜାର ୫୬୭ ଜଣ ବି୧, ୧ଲକ୍ଷ ୧୮ ହଜାର ୭୫୦ ଜଣ ବି୨, ୧ ଲକ୍ଷ ୨୧ ହଜାର ୬୧୧ ଜଣ ସି, ୯୫ ହଜାର ୬ ଜଣ ଡି, ୬୧ ହଜାର ୪୭୪ ଜଣ ଇ ଓ ୭୬୪୫ ଜଣ ଏଫ ଗ୍ରେଡରେ ପାସ୍‌ କରିଛନ୍ତି ।

ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍‌ କରିଛନ୍ତି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୭୫% ରହିଛି ।୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍‌ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍‌ କରିଛନ୍ତି । ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ ରହିଥିବା ବେଳେ ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି । ୩,୨୨୨ଟି ସ୍କୁଲରେ ଶତପ୍ରତିଶତ ପିଲା ପାସ କରିଛନ୍ତି । କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୯୭.୯୯% ରହିଛି । ମାଲକାନଗିରି ଜିଲ୍ଲାରେ ସବୁଠାରୁ କମ୍‌ ରେଜଲ୍ଟ ହୋଇଛି । ଏଠାରେ ପାସ୍‌ ହାର ୯୨.୬୩ % ରହିଛି ।
www. bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି । ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୁପକ୍ଷଙ୍କୁ ଜଣାଇପାରିବେ । ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି ।
ଗତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିବା ବେଳେ ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଫେଲ୍‌ ତଥା ଡ୍ରପଆଉଟ୍‌ ହୋଇଥିବା ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ ।

Leave A Reply

Your email address will not be published.