ଲାଂଚ ନେଉଥିବା ବେଳେ ଧରାପଡିଲେ ମେଡିକାଲ ସୁପାରିଟେଣ୍ଡେଣ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୋଗ ଶିକ୍ଷକଙ୍କ ଦରମା କରାଇବାକୁ ମେଡିକାଲ ସୁପାରିଟେଣ୍ଡେଣ୍ଟ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଘଟଣା କୁ ନେଇ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ।

ସୂଚନା ଅନୁଯାୟୀ ଅଳତୀ ଗାଁର ଦେବବ୍ରତ ସାହୁ ନାମକ ଜଣେ ଯୋଗ ଶିକ୍ଷକ ନିଜ ଦରମା କରାଇବାକୁ ପ୍ରତି ମାସ ଭଳି ଚଳିତ ମାସ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟ ଙ୍କ ନିକଟକୁ ଆସିଥିଲେ। ଦେବବ୍ରତ ଗୋଟିଏ ଏନଜିଓ ସଂସ୍ଥା ଅଧୀନ ରେ ଯୋଗ ଶିକ୍ଷା ଦେଉଥିବା ବେଳେ ସେମାନଙ୍କ ଦରମା ନିମନ୍ତେ ବ୍ୟୟଅଟକଳ ପ୍ରଦାନ କରିଥାନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ। ତେବେ ଏହା କରିବା ପାଇଁ ସୁପରିଟେଣ୍ଡେଣ୍ଟ ରଞ୍ଜୀବ ରାଉତ କିଛି ଅର୍ଥ ଦାବି କରିଥିଲେ।

ଦେବବ୍ରତ ଏସବୁ ଭିଜିଲାନ୍ସ ଟିମ ର ପ୍ରସ୍ତୁତି ଅନୁଯାୟୀ ଧାର୍ଯ୍ୟ ଅର୍ଥ ସୁପରିଟେଣ୍ଡେଣ୍ଟ ରଞ୍ଜୀବ ରାଉତ ଙ୍କୁ ଦେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ରଙ୍ଗେ ହାତ ରେ ଧରି ଅଧିକ ତଦନ୍ତ ପାଇଁ କେନ୍ଦୁଝର ନେଇ ଯାଇଥିବା ସୂଚନା ମିଳିଛି ଅନ୍ୟପଟେ ତାଙ୍କର ଯାଜପୁର ଘରେ ମଧ୍ୟ ଭିଜିଲାନ୍ସ ଟିମ ର ରେଡ ଚାଲୁଥିବା ସୂଚନା ମିଳିଛି।

Leave A Reply

Your email address will not be published.