ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସଜନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତ ଓ ରକ୍ତ ଭେଦରେ ଏହା ଦୁଇ ପ୍ରକାରର। ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ଥାଏ। ଏ ଦୁଇ ଜାତିର ସଜନାର ଗୁଣ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି। ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ। ଏହାର ପତ୍ର ଓ ଛୁଇଁରେ ଅନେକ ଔଷଧୀୟ ଗୁଣ ରହିଛି। ସଜନା ଶରୀର ପାଇଁ ଖୁବ୍ ଉପକାରୀ ।
ଜାଣନ୍ତୁ ଏହାର କିଛି ଉଷଧୀୟ ଗୁଣ। ୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ୍ ସି ରହିଥାଏ।ଖାଲି ସେତିକି ନୁହଁ ଏହାର ପତ୍ରରେ ପ୍ରୋଟିନ, ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି। ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ। ଏହାର ଛୁଇଁ ଓ ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ।
ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ।ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ।ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।