ଡାକ୍ତରୀ ଏକ ବୃତ୍ତି ନୁହେଁ ଏକ ବ୍ରତ: ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୩ ଦିନିଆ ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି । କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଡାକ୍ତରୀ ଏକ ବୃତ୍ତି ନୁହେଁ ଏକ ବ୍ରତ।
ଏହାସହିତ ସେ ଆହୁରି ମଧ୍ୟ କହିଚନ୍ତି ଯେ, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍‌ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍‌ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ। ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି। ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ। ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ। ଯେକେହି ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି। କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ। ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି, ମାତୃଶିଶୁ ମୃତ୍ୟୁହାର କମିଛି। ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ।
ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ। ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ। ଅସାଧ୍ୟ ରୋଗ ଭଲ କରିବା ପାଇଁ ନୂଆ ଔଷଧ ବାହାର କରି ନୋବେଲ ପୁରସ୍କାର ପାଇବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି। ଏହି ବାର୍ଷିକୋତ୍ସବରେ ରାଜ୍ୟପାଳ ଗଣେଣୀ ଲାଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର ଓ ଏସ୍‌ସିବି ମେଡିକାଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦେଖାଦେଇଛି ଅବ୍ୟବସ୍ଥା । କଟକରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମବେଳେ ଜରିପାଲ ତଳେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ଇନଡୋର ଷ୍ଟାଡିୟମର ଛାତ ଭାଙ୍ଗି ଯାଇଥିବାରୁ ଏହା ଉପରେ ଜରିପାଲ ଘୋଡା ଯାଇଥିବା ଦେଖିବାକୁ ମିଳିଛି । ଅନେକ ଦିନରୁ ଷ୍ଟାଡିୟମ ଛାତ ନଷ୍ଟ ହୋଇଥିଲେ ବି ମରାମତି ହୋଇନି। ଏପରକି ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ପାଇଁ ଛାତରେ ପାଲ ଘୋଡ଼େଇ କାମ ଚଳାଇ ଦିଆଯାଇଛି।
୨ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମ ସ୍ଥିର ହୋଇଥିବା ବେଳେ କାହିଁକି ମରାମତି ହୋଇନି ବୋଲି ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.