ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଶୀତ ଟିକିଏ କମିବା ବେଳକୁ ଅଦିନ ମେଘ ପାଗକୁ ପରିବର୍ତ୍ତନ କରିଦେଉଛି। ହାଲୁକା କୋହଲା ପାଗରେ ଜନ ଜୀବନ କିଛି ମାତ୍ରାରେ ପ୍ରଭାବିତ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଅଞ୍ଚଳରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ସର୍ବାଧିକ ବର୍ଷା ଗୋପାଳପୁର ଠାରେ ହୋଇଛି ତା ଛଡା ବରଗଡ଼ ସମ୍ବଲପୁର ଠାରେ ମଧ୍ୟ ହାଲୁକା ବର୍ଷା ଅନୁଭୂତ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି । ଦିନ ତାପମାତ୍ରା କିଛି ଅଞ୍ଚଳରେ ୩୦ ଡିଗ୍ରୀ ଠୁ ଅଧିକ ରହିଛି । ସର୍ବାଧିକ ଦିନ ତାପମାତ୍ରା ଟିଟିଲାଗଡ଼ ବୌଦ୍ଧ ଏବଂ ତାଳଚେର ଠାରେ ୩୨ ଡିଗ୍ରୀ ରେକର୍ଡ କରାଯାଇଛି ।
ପଶ୍ଚିମା ଝଡ଼ ପ୍ରଭାବରେ ବୃଦ୍ଧି ହୋଇଛି ରାତି ତାପମାତ୍ରା ୨୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ସର୍ଵଧକ ରାତ୍ରି ତାପମାତ୍ରା ପୁରୀ ୨୩୬ଡିଗ୍ରୀ ପାରାଦୀପ ୨୩.୫ ଡିଗ୍ରୀ ଗୋପଲପୁର ୨୨.୨ଡିଗ୍ରୀ ଚାନ୍ଦବାଲି୨୧.୪ଡିଗ୍ରୀ ଯାଜପୁର ୨୧.୦ଡିଗ୍ରୀ ଭୁବନେଶ୍ୱର ରେ ୨୧.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୨୧.୦ଡିଗ୍ରୀ ରେକର୍ଡ କରାଯାଇଛି । ଶୀତର ପ୍ରକୋପ ରାଜ୍ୟରେ ପ୍ରାୟ ଲୋପ ପାଇଯାଇଛି । ୨୪ ଘଣ୍ଟା ଭିତରେ ଉପକୂଳ ଓଡ଼ିଶରେ ରାତ୍ରି ତାପମାତ୍ରା ୪.୬ଡିଗ୍ରୀ ଯାଏ ବୃଦ୍ଧି ଘଟିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶା ରେ ୪.୫ ଡିଗ୍ରୀ ଯାଏ ବୃଦ୍ଧି ଘଟିଛି ।
ରାଜ୍ୟରେ ପଶ୍ଚିମା ଝଡ଼ ର ପ୍ରଭାବ ସକ୍ରିୟ ରହିଛି । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପଶ୍ଚିମା ଝଡ଼ ସକ୍ରିୟ ରହୁଛି ଏଥିଲାଗି ବର୍ଷର ପ୍ରକୋପ ରହିବା ସମ୍ଭାବନା ରହୁଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ଅଧିକ ମଧ୍ଯମ ଧରଣର ବର୍ଷା ସମ୍ଭାବନା ରହୁଛି । ଦକ୍ଷିଣ ଓଡିଶା ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ହାଲୁକା ବର୍ଷା ର ସମ୍ଭାବନା ରହିଛି । ଆଗମି ତିନି ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବୈଜ୍ଞାନିକ ଉମାଶାଙ୍କର ଦାସ କହିଛନ୍ତି ।