ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡା :ଶ୍ରୀ ଶ୍ରୀ ବଳଦେବ ଜୀଉ ଅସ୍ଥାୟୀ ମେଳା ବ୍ୟବସାୟୀ ସଂଘର ବ୍ଲକ ସ୍ତରୀୟ ବୈଠକ l ବିଭିନ୍ନ ଦାବି ନେଇ ସଂଗଠିତ ହୋଇଛନ୍ତି ଉଠା ଦୋକାନୀ l ତେବେ ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ଅସ୍ଥାୟୀ ମେଳା ବ୍ୟବସାୟୀ ସଙ୍ଘ ତରଫରୁ ମହାକାଳପଡା ବ୍ଲକ ଶାଖା ତରଫରୁ ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l
ବ୍ଲକ ଶାଖା ସଭାନେତ୍ରୀ ରିନ୍ନା ସାନ୍ନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଙ୍ଘ ର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି ଙ୍କ ସମେତ ବ୍ଲକ ଶାଖାର ଅନ୍ୟ କର୍ମକର୍ତ୍ତା ଓ ସାଧାରଣ ସଭ୍ୟ /ସଭ୍ୟା ଉପସ୍ଥିତ ଥିଲେ l ବିଭିନ୍ନ ମେଳା ମହୋତ୍ସବ ରେ କମିଟି ଓ ପ୍ରଶାସନିକ କଳ ପାଇଁ ହଟହଟା ହେଉଥିବା ଅସ୍ଥାୟୀ ବ୍ୟବସାୟୀ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଦ୍ୟୁତ ଶୁକ୍ଳ , ଅବସ୍ଥାପନ ଜାଗା ନେଇ କମିଟିକୁ ଶୁକ୍ଳ ଦେବା ନେଇ ଅକ୍ଷମତା ପ୍ରକାଶ କରିଛି ସଙ୍ଘ l କରୋନା କାଳରେ ହାତ ବାନ୍ଧି ବସି ଆର୍ଥିଙ୍କ ଅନାଟନ ର ସମ୍ମୁଖୀନ ହେବା ପରେ ବ୍ୟବସାୟୀ ସଙ୍ଘଠିତ ହୋଇ ସରକାରଙ୍କୁ ଦାବି ଜଣାଇଆସୁଛନ୍ତି l
ସରକାର ତୁରନ୍ତ କାଟାଗୋରି ଓ କ୍ରାଇଟରିଆ ଅନୁଯାୟୀ ଆଶାୟୀ ଅସ୍ଥାୟୀ ମେଳା ବ୍ୟବସାୟୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରି ଆସୁଥିଲେ ସୁଦ୍ଧା ସରକାର ବିଳମ୍ବ କରୁଛନ୍ତି l ଏପରିକି ବିନା ସୁଧରେ ଦେଢ଼ ଲକ୍ଷ ରୁ ୩ଲକ୍ଷ ଋଣ ମଂଜୁର କରିବା ସହିତ ଅlନୁସାଙ୍ଗିକ ସହଯୋଗ କଲେ ଅସ୍ଥାୟୀ ମେଳା ବ୍ୟବସାୟୀ ମାନେ ପରିବାର ପ୍ରତିପୋଷଣ ରେ ସହଯୋଗୀ ହୋଇପାରିବେ । ତେବେ ସେନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ସବୁ ଦିଗରୁ ଆଲୋଚନା ହୋଇଥିଲା ।