ଦିଲ୍ଲୀରେ ମାଓ ମୁକାବିଲା ପାଇଁ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ବାମପନ୍ଥୀ ଉଗ୍ରବାଦ (ମାଓ-ନକ୍ସଲବାଦ) ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ବସୁଛି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ। ଏହି ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ଗତକାଲି (ରବିବାର)ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ।

୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୋହନ ମାଝୀ ଆଜି ବୈଠକରେ ସାମିଲ ହେବେ। ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ବସିବ। ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ।

୨୦୧୦ ତୁଳନାରେ ଦେଶରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୨୩ରେ ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଘଟଣା ୭୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ଯୁସଂଖ୍ଯା ୮୬ ପ୍ରତିଶତ ହ୍ରାସ ପାଇଛି। ନକ୍ସଲଙ୍କ ଲଢେଇ ଶେଷ ଅବସ୍ଥାରେ ପହଞ୍ଚିଥିବା କୁହାଯାଇଛି। ଏଥିରେ ଜାତୀୟ ନିରାପତ୍ତା ଉପପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ଯ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ ।

Comments are closed.