ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । ପଶ୍ଚିମରୁ ଦକ୍ଷିଣ ହେଉ, ଅଥବା ଉତ୍ତରରୁ ଉପକୂଳ। ସବୁଠି ଅସହ୍ୟ ଥଣ୍ଡାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଲଗାତାର ଭାବେ ତଳ ମୁହାଁ ହୋଇଛି।
ସମସ୍ତ ଅଞ୍ଚଳରେ ରାତିର ପାରଦ ଖସିବା ସହ ଶୀତ ସ୍ବାଭାବିକ ସ୍ଥିତିକୁ ଫେରିଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରିକୁ ଖସି ଆସିଥିବା କିରେଇ ଓ ଫୁଲବାଣୀରେ ୯ ଡିଗ୍ରି ରହିଥିଲା। ଦାରିଙ୍ଗବାଡ଼ିରେ ୯.୫, କେନ୍ଦୁଝରରେ ୧୦.୨, କୋରାପୁଟରେ ୧୦.୪, ସୁନ୍ଦରଗଡ଼ରେ ୧୦.୬, ସିମିଳିଗୁଡ଼ାରେ ୧୦.୭, ରାଉରକେଲାରେ ୧୧.୯, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୨, ତାଳଚେରରେ ୧୩, ଢେଙ୍କାନାଳ ଓ ନବରଙ୍ଗପୁରରେ ୧୩.୬, କେନ୍ଦ୍ରାପଡ଼ାରେ ୧୩.୮, ଜଗତ୍ସିଂହପୁରରେ ୧୩.୯, ନୟାଗଡ଼ ଓ ବୌଦ୍ଧରେ ୧୪ ଓ ସମ୍ବଲପୁରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି।
ଅନ୍ୟପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ପରିବର୍ତ୍ତନରେ ଆଶଙ୍କା ନାହିଁ । ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୧ରୁ ୨ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ଗତକାଲି ୧୦ ଡିଗ୍ରୀ ତଳେ ରହିଥିଲା ୪ ସହରର ରାତି ତାପମାତ୍ରା । ୭ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ କିରେଇ ଓ ଫୁଲବାଣୀରେ ୯ ଡିଗ୍ରୀ, ଦାରିଙ୍ଗବାଡି ୯.୫ ଡିଗ୍ରୀ ରହିଥିଲା ।