ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ।ଏହା ପ୍ରଭାବରେ 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୁଷ୍ଟି ହେବ। ସ୍ତୁଷ୍ଟି ହେବାର 24 ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। 13 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ, ଝାଡ଼ସୁଗୁଡା,ଜଗତସିଂହପୁର, ପୁରୀ କଟକ, ଖୋର୍ଦ୍ଧା, ଦେବଗଡ଼,ସମ୍ବଲପୁର , କେନ୍ଦ୍ରାପଡା, ଯାଜପୁର ଜିଲାରେ ବର୍ଷା ହେବ। ଅଗଷ୍ଟ 13 ଓ 14 ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ରହିବ।ସମସ୍ତେ ଜିଲ୍ଲାକୁ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 13 ତାରିଖରେ 14 ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।7 ରୁ 20 ସେଣ୍ଟିମିଟର ପର୍ଯନ୍ତ ମଧ୍ୟ ବର୍ଷା ହୋଇପାରେ।ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହପୁର,କଟକ, ଖୋର୍ଦ୍ଧା, ପୁରୀ,ନୟାଗଡ, ଗଞ୍ଜାମ, ଗଜପତି ସହ ଅଭ୍ୟନ୍ତରଣରେ ଢେଙ୍କାନାଳ,କନ୍ଧମାଳ, କଳାହାଣ୍ଡିରେ ପ୍ରବଳ ବର୍ଷୀବ ବର୍ଷା ।
ସେହିଭଳି 14 ତାରିଖରେ ମଧ୍ୟ 16 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି,ବଲାଙ୍ଗୀରି, ସୋନପୁର, ବୌଦ୍ଧ, କନ୍ଧମାଳ ସହ ଉତ୍ତର ଓଡିଶାରେ ଅନୁଗୁଳୁ, ସମ୍ବଲପୁର ଓ ଦେଓଗଡରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଦେବ।ତାସହ 4 ଜିଲାରେ ଅତି ପ୍ରବଳ ବର୍ଷା ହେବ ତଥା 20 ସେଣ୍ଟିମିଟର ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।କଳାହାଣ୍ଡି ବଲାଙ୍ଗୀରି,ନୂଆପଡା ଅତ୍ୟନ୍ତ ବର୍ଷର ସମ୍ଭାବନା ରହିଛି ।ଏହି ଜିଲ୍ଲାଗୁଡିକୁ ଓରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି। ଜଳସ୍ତର ବୃଦ୍ଧି ହେବା ସହ ତଳିଆ ଅଂଚଳରେ ପନିପଶିବ ସହ ଭୁସ୍ଥଳନ ହେବାର ମଧ୍ୟ୍ୟ ସମ୍ଭାବନା ରହିଛି।