ଇରାନ ଉପରେ ଇସ୍ରାଏଲ୍‌-ଆମେରିକାର ମିଳିତ ଆକ୍ରମଣ

0

ଓଡ଼ିଆ ନ୍ୟୁଜ୍: ଇରାନ ଉପରେ ଇସ୍ରାଏଲ୍‌-ଆମେରିକାର ମିଳିତ ଆକ୍ରମଣ। ତେହେରାନର ବିଭିନ୍ନ ସ୍ଥାନରେ ମିଳିତ ଭାବେ ବିମାନ ଆକ୍ରମଣ।ମିଜାଇଲ୍‌ ମାଡ଼ କରି ଜବାବ ଦେଲା ଇରାନ।ବାହରିନ ସ୍ଥିତ ଆମେରିକା ନ୍ୟାଭି ବେସ୍‌ ଉପରେ ଇରାନର ହମ୍‌ଲା।ଅବୁ ଧାବି ଓ ଦୋହାରେ ମଧ୍ୟ ପ୍ରଚଣ୍ଡ ବିସ୍ଫୋରଣର ଶଦ୍ଦ। କତାର ରାଜଧାନୀ ଦୋହାରେ ପ୍ରଚଣ୍ଡ ଶବ୍ଦ, ବ୍ୟାପିଲା ଯୁଦ୍ଧ।କୁଏତ୍‌ରେ ମଧ୍ୟ ବିସ୍ଫୋରଶ, ବାୟୁସୀମା ବନ୍ଦ ଘୋଷଣା କଲା ୟୁଏଇ।ପହଞ୍ଚି ହେଉଥିବା ସବୁ ଆମେରିକା ବେସ୍‌କୁ ଆକ୍ରମଣ କରିବୁ କହିଲା ଇରାନ।ଇରାନରୁ ଆତଙ୍କୀ ଶାସନ ଲୋପ ପାଇଁ ଇସ୍ରାଏଲ, ଆମେରିକାର ଘୋଷଣା।

ରିପୋର୍ଟ ଅନୁଯାୟୀ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ବର୍ତ୍ତମାନ ତେହେରାନରେ ନାହାନ୍ତି। ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟରେ ଇସ୍ରାଏଲ୍ରେ ବେସାମରିକ ବିମାନ ବନ୍ଦ । ବେସାମରିକ ବିମାନ ଉଡ଼ାଣ ବନ୍ଦ ଘୋଷଣା କଲା ଇସ୍ରାଏଲ୍ । କେହି ବିମାନବନ୍ଦରକୁ ନ ଆସିବା ପାଇଁ ଇସ୍ରାଏଲ୍ ସରକାରଙ୍କ ନିର୍ଦ୍ଦେଶ ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା, ଯାହାକୁ ଇରାନୀ ଟିଭି ଚ୍ୟାନେଲ ସହିତ ଜଡିତ ସୂତ୍ର ମଧ୍ୟ ନିଶ୍ଚିତ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଡଜନ ଡଜନ ସାମରିକ ପ୍ରତିଷ୍ଠାନ ଏବଂ କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଛି ।

 

Leave A Reply

Your email address will not be published.