ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସିଙ୍ଗାପୁରରେ ବାଲେଶ୍ଵର ରେଳ ଦୁର୍ଘଟଣା ପାଇଁ ପ୍ରବାସୀ ଓଡ଼ିଆଙ୍କ ଶୋକ। ମାନବୀୟ ସମ୍ବେଦନଶୀଳତାରେ ବାହାନଗା ଉଦାହରଣ ସୃଷ୍ଟି କରିଛି।ବାହାନଗାବାସୀ ରେଳ ଦୁର୍ଘଟଣାରେ ଲୋକଙ୍କୁ ସହାୟତା କରିବା ତଥା ରକ୍ତଦାନ କରିବା ପାଇଁ ଆଗେଇ ଆସିବା ସମ୍ବେଦନଶୀଳର ନୂଆ ଉଦାହରଣ ସୃଷ୍ଟି କରିଛି। ଏହାସହ ରାଜ୍ୟ ସରକାରଙ୍କ ଆମ୍ବୁଲାନ୍ସ ପଠେଇ ପଦକ୍ଷେପ ନେବାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି। ଏ ଅବସରରେ ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ଲାଗି ଏକ ମିନିଟି ନିରବ ପ୍ରାଥନା କରାଯାଇଥିଲା। ସିଧାସଳଖ ବିମାନ ଯୋଗାଯୋଗ ଆରମ୍ଭ ହେବା ପରେ ଆଜି ସିଙ୍ଗାପୁରରେ ଆୟୋଜିତ ହୋଇଥିଲା ଓଡ଼ିଆ ଦିବସ। ଏଥିରେ ପ୍ରବାସୀ ଓଡ଼ିଆ ମାନେ ଯୋଗ ଦେଇଥିଲେ। ପୂର୍ଵରୁ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ସିଧାସଳଖ ବିମାନ ଚଳାଚଳ ପାଇଁ। ଏବେ ବିଶ୍ୱ ସହ ଯୋଡି ହେବାକୁ ଯାଉଛି ଓଡିଶା। ମାସକ ତଳେ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। ଏବେ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ ହୋଇଛି। ଫଳରେ ସିଙ୍ଗାପୁର ଏବେ ହବ ପାଇଁ ଆଜି ସିଙ୍ଗାପୁରରେ ଆୟୋଜିତ ଓଡିଶା ଦିବସ ପାଳନ ଅବସରରେ ଭିସିରେ ଯୋଡି ହୋଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହା ସହ ଓଡିଶାକୁ ମଧ୍ୟ ପର୍ଯ୍ୟଟକ ଆସିବାରେ ଏହା ବେଶ ସହାୟକ କରିବ। ଏ ବିମାନ ଚଳାଚଳ ଯୋଗୁ ସିଙ୍ଗାପୁର ଓ ଓଡିଶା ସରକାର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ମଧ୍ୟ ମଜଭୁତ ହେବ। ଏଥିରେ ସିଙ୍ଗାପୁରରେ ଅବସ୍ଥାପିତ ଭାରତ ସରକାରଙ୍କ ରାଷ୍ଟ୍ରଦୂତ P. Kumaran, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ସିଙ୍ଗାପୁର ଓଡ଼ିଆ ସୋସାଇଟି ସଭାପତି ଆଲୋକ କୁମାର ପଣ୍ଡା,ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସଏଚଜି ମହିଳା, ଛାତ୍ରଛାତ୍ରୀ ଏବଂ ପ୍ରବାସୀ ଓଡ଼ିଆ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ