ନିମ ଗଛରୁ ଝରୁଛି କ୍ଷୀର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିମ ଗଛରୁ ଝରୁଛି କ୍ଷୀର। ବିଶ୍ୱାସ ନହେଲେ ବି କଥାଟି ସତ। ଏନେଇ କେଉଁ କାରଣ ପାଇଁ ଲୁଚି ରହିଛି କିମ୍ବା କୋଣସି ସତରେ କିଛି ଅଲୌକିକ ଘଟଣା ଲୁଚି ରହିଛି, ତାହା ଜଣାପଡ଼ିନାହିଁ।

କିନ୍ତୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମାନଙ୍କ ମଧ୍ୟରେ ଅନେକ କୌତୁହଳ ଦେଖିବାକୁ ମିଳିଛି। ଏହିପରି ଅଦ୍ଭୁତ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅନ୍ତର୍ଗତ ହାତୀକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଦେଖିବାକୁ ମିଳିଛି। ଗାଁ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ଅହରହ କ୍ଷୀର ଝରୁଛି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କ୍ଷୀର ଚାଖିଲେ ତାହା ମିଠା ଲାଗୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହା ପଛରେ କେଉଁ ବୈଜ୍ଞାନିକ କାରଣ ଲୁଚି ରହିଛି, ତାହା ନେଇ ଗ୍ରାମବାସୀ ମାନଙ୍କ ମନ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିଛି। ସାଧାରଣତଃ ନିମ୍ବ ପିତା ହୋଇଥିବା ବେଳେ ନିମ ଗଛର କ୍ଷୀର ମିଠା ଲାଗିବା ସାଧାରଣରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହା ଏକ ପ୍ରକାର ଠାକୁରଙ୍କ ଲୀଳା ଏବଂ କୌଣସି ଏକ ଠାକୁର ଆବିର୍ଭାବ ହୋଇଥିବା ଗ୍ରାମବାସୀ ବିଶ୍ଵାସ କରିଛନ୍ତି। ଯାହା ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବା ପରେ ଗଛ ମୁଳରେ ଲୋକଙ୍କ ଅନେକ ସମାଗମ ମଧ୍ୟ ହୋଇଛି। ତେବେ ବୈଜ୍ଞାନିକ କାରଣ ଅନୁଯାୟୀ ଉଦ୍ଭିଦ ଜୈବିକ ପରିବର୍ତ୍ତନ ସମୟରେ ଗଛରୁ ରସ ନିର୍ଗତ ହୋଇଥାଏ ଏବଂ ଏହା ଅମ୍ଳଜାନ ସସ୍ପର୍ଷରେ ଆସିଲେ ଧଳା ଦେଖାଯାଇଥାଏ। ଏଥିରେ କୌଣସି ପ୍ରକାର ଅଲୌକିକତା ନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.