ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଚେଲା ଓ ଠିକାଦାର ମାନେ ଧାନ କିଣୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଧାନ କିଣାରେ ଅନିୟମିତତା ହେଉଛି: ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ଧାନ କିଣାରେ ଅନିୟମିତତା ହେଉଛି । ଖୋଦ୍ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଚେଲା ଓ ଠିକାଦାର ମାନେ ଧାନ କିଣୁଛନ୍ତି । ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ବିଜେପି ଏହି ଅଭିଯୋଗ ଆଣିଛି । ସହଭାଗିତାରେ ଧାନ କିଣାରେ କୋଟି କୋଟି ଟଙ୍କା ହଡ଼ପ ହେଉଛି । ବିଜୁ ଜନତା ଦଳ ହଜାରେ କୋଟି ଟଙ୍କା ମିଲର୍ସ ମାନଙ୍କ ଠାରୁ ପାର୍ଟି ଫଣ୍ଡ ଆଦାୟ କରୁଛି । ଶିବରାମ ପାତ୍ରଙ୍କ ଦଣ୍ଡକାଳୀ ରାଇସ ମିଲ ଏବଂ ମାଆ ଦକ୍ଷିଣକାଳୀ ମଡର୍ଣ୍ ରାଇସ ମିଲର ମାଲିକ ମାନେ କିଏ ? ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହ ଏମାନଙ୍କ ସମ୍ପର୍କ କଣ ? ଏମାନେ ଗଞ୍ଜାମ ଜିଲ୍ଲାରେ PDS ଚାଉଳ ସପ୍ଲାଇ କରନ୍ତି ।

ରାଜ୍ୟ ସରକାର ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଲେ । ହେଲେ ଏଯାଏଁ ରାଜ୍ୟର ଅନେକ ସ୍ଥାନରେ ମଣ୍ଡି ଖୋଲି ପାରିଲା ନାହିଁ । ଯେଉଁ ସ୍ଥାନରେ ମଣ୍ଡି ଖୋଲିଲା ସେହି ସ୍ଥାନରେ ସଠିକ ବ୍ୟବସ୍ଥା ହୋଇନାହିଁ । ମଣ୍ଡିରେ ସିସି ଟିଭି ଲାଗିବା କଥା ତାହା ଲାଗିଲା ନାହିଁ, ମିଲର୍ସ ରହିବ କଥା ନୁହେଁ, କିନ୍ତୁ ମିଲର୍ସ ଙ୍କ ଉପସ୍ଥିତରେ ଧାନ କିଣା ଯାଉଛି । କୁଇଣ୍ଟାଲ ପିଛା ୫ରୁ ୭କେଜି କଟା ଯାଉଛି ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ କରପଟଦାର । ବିଜେପିର ଦାବି ଧାନ କିଣା ଦୁର୍ନୀତିରେ ଯେଉଁ ସରକାରୀ ଅଫିସର ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରାଯାଉ ।

Leave A Reply

Your email address will not be published.