ଓଡ଼ିଆ ନ୍ୟୁଜ୍: ବଡ଼ମ୍ବା T ସେତୁ ନିକଟରେ ଭାସିଗଲେ ନାବାଳକ। ହୋଲି ଖେଳି ଗାଧୋଇବା ବେଳେ ନାବାଳକ ବୁଡ଼ି ମୃତ। ରଙ୍ଗର ପର୍ବ ହୋଲିକୁ ନେଇ ଗୋଟିଏ ପଟେ ହସଖୁସିର ମାହୋଲ ଥିବାବେଳେ କଟକ ଜିଲ୍ଲା ବଡମ୍ବାରୁ ଆସିଛି ଦୁଃଖଦ ଖବର । ଗୋପୀନାଥପୁର ବାବା ସିଂହନାଥଙ୍କ ପୀଠକୁ ସଂଯୋଗ ଅସ୍ଥାୟୀ କାଠ ପୋଲ ନିକଟରେ ସାଙ୍ଗସାଥୀଙ୍କ ମେଳରେ ଗାଧାଉଥିବା ସମୟରେ ପାଣି ସୁଅରେ ଭାସି ଯାଇଥିଲେ ସ୍ଥାନୀୟ ତୃଣପୁର ଗ୍ରାମର ଜୀବନ ବେହେରା ।
ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଜୀବନଙ୍କୁ ମହାନଦୀର ଏକ କୁଦରୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପୋଲିସ ଗାଡ଼ିରେ ବଡମ୍ବା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଜୀବନଙ୍କ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।