ଆଶ୍ରୟ ଦେଇ ଅସଦାଚରଣ: ଦୁଷ୍କର୍ମରୁ ରକ୍ଷା ପାଇବା ପାଇଁ ଛାତରୁ ଡେଇଁ ଆହତ ହେଲା ନାବାଳିକା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଯାଜପୁର ନାବାଳିକାକୁ ଗଣ ଧର୍ଷଣ ଉଦ୍ୟମ ଘଟଣା। ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଛାତରୁ ଡେଇଁ ଆହତ ନା ବାଳିକାର ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି । ଥାନାରେ 5 ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଳିଙ୍ଗନଗର ପୋଲିସ। ଆନନ୍ଦପୁର ଅଞ୍ଚଳର ନା ବାଳିକା ଜଣଙ୍କ ସାନ ଭାଇ ସହ ଭଉଣୀଘରକୁ ଯାଉଥିବା ସମୟରେ ବିଳମ୍ବିତ ସନ୍ଧ୍ଯା ହେବାରୁ ତାଙ୍କୁ ସ୍ଥାନୀୟ କିଛି ଯୁବକ ପାଖରେ ଥିବା ଏକ ଘରେ ବିଶ୍ରାମ ନେବାକୁ କହି ନା ବାଳିକା ଜଣଙ୍କ ସହିତ ଅସଦାଚରଣ ଉଦ୍ୟମ କରିଥିଲେ।

ଏପରିକି ସାଙ୍ଗରେ ଥିବା ନାବାଳିକାର ସାନ ଭାଇକୁ ମାଡ ମାରି ସେଠାରୁ ଘଉଡାଇ ଦେଇଥିଲି। ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବାକୁ ଉଦ୍ୟମ କରିବା ସମୟରେ ନାବାଳିକା ଜଣଙ୍କ ଛାତ ପାଉଛ ଉପରୁ ପଡି ଆହତ ହୋଇ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଘଟଣାରେ ସମ୍ପୃକ୍ତ 5 ଜଣଙ୍କୁ କଳିଙ୍ଗନଗର ପୋଲିସ ର ପଚରାଉଚୁରା ଜାରି ରହିଛି।

Leave A Reply

Your email address will not be published.