ରସୁଲଗଡ଼ ହୋଟେଲ ଉର୍ମୀ ଉପରକୁ ବୋମା ମାଡ଼,ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ) :ରସୁଲଗଡ଼ ଛକ ଉପରେ ଥିବା ହୋଟେଲ ଉର୍ମୀ ଉପରକୁ ବୋମା ମାଡ଼। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜ ଉପରୁ ହୋଟେଲ ଉପରକୁ କରିଥିଲେ ବୋମାମାଡ। ଦୁଇଟି ବୋମା ହୋଟେଲ ଉରକୁ ଫିଙ୍ଗି ଥିବା ବେଳେ ଗୋଟିଏ ଫୁଟିଥିଲା ଆଉ ଗୋଟିଏ ଅଫୁଟା ରହିଥିଲା । ଅଫୁଟା ବୋମା କୁ ଜବତ କରିଛି ପୋଲିସ। କଣ ପାଇଁ ହେଇଛି ବୋମା ମାଡ଼ ହୋଇଚି ବିଭିନ୍ନ ଦିଗରୁ ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ।ସେପଟେ ହୋଟେଲ ମ୍ୟାନେଜର ଙ୍କ ପ୍ରତିକ୍ରିୟା 8 pm ରୁ 8.10 pm ଭିତରେ ହୋଇଛି ବୋମା ମାଡ଼ । ବୋମା ମାଡ଼ ରେ ହୋଟେଲ ର କାଚ ଭାଙ୍ଗିଯାଇଛି । କାହାର କିଛି କ୍ଷୟ କ୍ଷତି ହୋଇନାହିଁ। କିଏ କାହିଁକି ବୋମା ପକେଇଛି ତାହାର କାରଣ ଜଣା ନାହିଁ ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ନଅଟା ସମୟ ହେବ ଦୁଇ ଦୁର୍ବୃତ୍ତ ବାଇକରେ ଆସି ହୋଟେଲ ଉର୍ମୀ( ଯାହାକି ମଞ୍ଚେଶ୍ୱର୍ ଥାନା ଅନ୍ତର୍ଗତ ଅଟେ )ଉପରକୁ ଦୁଇଟି ବୋମା ମାଡ଼ କରିଥିଲେ।ଗୋଟିଏ ବୋମା ଊର୍ମୀ ହୋଟେଲ ୨୦୨ନମ୍ବର ରୁମ୍ ରେ ବାଜିଥିଲା ।ଅନ୍ୟ ବୋମା ଟି ଦରଫୁଟା ରହିଥିଲା ।ତାପରେ ଦୁର୍ବୃତ୍ତ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ।ତେବେ ମୋଟା ମୋଟି ଭାବରେ କିଛି କ୍ଷୟ କ୍ଷତି ହୋଇ ନଥିବା ସୂଚନା ରହିଛି ।

ଦୁର୍ବୃତ୍ତ ମାନଙ୍କର ଏହି ଖୋଲମ୍ ଖୋଲା ଚାଲେଞ୍ଜ ପୋଲିସ କୁ ଚିନ୍ତାରେ ପକାଇଛି ।କାରଣ ଊର୍ମି ହୋଟେଲ ମଞ୍ଚେଶ୍ୱର ପୋଲିସ ଷ୍ଟେସନ ଠାରୁ ମାତ୍ର ୮୦/୯୦ ମିଟର ଦୂରରେ ଅବସ୍ଥିତ।ଯଦି ଏତେ ପାଖ ରେ ପୋଲିସ ଷ୍ଟେସନ୍ ଥାଇ ଯଦି ଦୁର୍ବୃତ୍ତ ମାନଙ୍କ ମନରେ ଟିକେ ବି ଭୟ ନାହିଁ ,ତେବେ ସାଧାରଣ ଜନତା କେତେ ସୁରକ୍ଷିତ ରହିଛନ୍ତି ସେକଥା ବୁଦ୍ଧୀଜିବୀ ମହଲରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

Leave A Reply

Your email address will not be published.