ବାରିକପୁର : ମୋବାଇଲର ବହୁଳ ବ୍ୟବହାର ଅନେକ ଉପକାର ଆଣୁଥିବାବେଳେ କିଛି ଏହାକୁ ଅପବ୍ୟବହାର କରି ଠକାମୀର ଶିକାର ହେଉଥିବା ଦେଖାଯାଉଛି । ବିଶେଷକରି ଯୁବବର୍ଗ ମୋବାଇଲ ଫେସବୁକ ଜରିଆରେ ବନ୍ଧୁତ୍ୱା ସ୍ଥାପନା କରି ବିଭିନ୍ନ ସମୟରେ ଅର୍ଥନୈତିକ ଅପରାଧରେ ଜଡିତ ରହୁଥିବା ଦେଖାଯାଉଛି । କେହି କାହାକୁ ଚିହ୍ନିନଥିବା ଜାଣିନଥିବା ମୋବାଇଲ ମିସକଲରୁ ସମ୍ପର୍କର ଖିଅ କାଢି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଘଟଣା ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଚର୍ଚ୍ଚିତ ଘଟଣା ଭଣ୍ଡାରିପୋଖରୀ ବ୍ଲକ ମାଳଦା ଅଞ୍ଚଳରେ ଶୁଣିବାକୁ ମିଳିଛି । ସୂଚନା ଅନୁସାରେ ଜଣେ ମହିଳା ଫେସବୁକ ଜରିଆରେ ପୁରୀର ଜଣେ ଯୁବକଙ୍କ ସହିତ ବନ୍ଧୁତ୍ୱା ସ୍ଥାପନା କରିଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣ ସଂପୃକ୍ତ ଯୁବକଙ୍କ ସହିତ ଚାଟିଂ, ଫୋନ କଲରେ ସମୟ ବିତାଉଥିବାବେଳେ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା । ଏଭଳି ମହିଳା ଜଣକ ପୁରୀ ବନ୍ଧୁଙ୍କ ପ୍ରେମରେ ପଡି ତାଙ୍କୁ ଅନେକ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏସବୁ କିଛିଦିନ ଚାଲିବା ପରେ ମହିଳାଙ୍କ ସ୍ୱାମୀ ଏବିଷୟରେ ଜାଣିପାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ଏଭଳି ଖରାପ କାର୍ଯ୍ୟରୁ ପତ୍ନୀକୁ ଦୂରେଇ ଆଣିବାକୁ ଚେଷ୍ଟା କରିଥିବାବେଳେ ଅର୍ଥ ଫେରିପାଇବା ନେଇ ଆଇନର ଆଶ୍ରୟ ନେବାକୁ ମନସ୍ଥ କରିଥିବା ସୂଚନା ମିଳିଛି । ସେ ଯାହାବି ହେଉ ଏଭଳି ଭ୍ରମିତ ବାଟରେ କୌଣସି ଯୁବ ବର୍ଗ ପରିଚାଳିତ ନହୋଇ ସଚେତନ ହୋଇପାରିଲେ ସମାଜରୁ ଅନେକ ଅପରାଧିକ ମାମଲା ଦୂରେଇ ଯାଆନ୍ତା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ରିପୋର୍ଟ – ଦୁର୍ଯ୍ୟଧନ ଲେଙ୍କା , ଭଦ୍ରକ