ହରିଶଙ୍କରଠାରେ ପର୍ଯ୍ୟଟକଙ୍କ ରହିବା ଖାଇବାର ହେବ ଉତ୍ତମ ବ୍ୟବସ୍ଥା, ଉଦଘାଟିତ ହେଲା ମିଶନଶକ୍ତି ପାନ୍ଥନିବାସ ଓ କାଫେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଅବସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ରେ ରାଜ୍ୟର ପ୍ରଥମକରି ମିଶନଶକ୍ତି ପାନ୍ଥ ନିବାସ ଓ କାଫେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ ମେହେର , ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ,ଉପାଧ୍ୟକ୍ଷା ମିଥିଲା ମାଝୀ , ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା , ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ,ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ , ଖପ୍ରାଖୋଲ ବ୍ଲକ ଅଧାକ୍ଷା ନିରୁପମା ପଟେଲ , ସହକାରୀ ଯନ୍ତ୍ରୀ ସୋମ୍ୟ କିଶୋର ଜୟପୁରିଆ ପ୍ରମୁଖ ଯୋଗଦେଇଥିଲେ । ହରିଶଙ୍କର ଠାରେ ଥିବା ପାନ୍ଥ ନିବାସ କୁ ପରିବର୍ତ୍ତିତ କରି ପର୍ଯ୍ୟଟକଙ୍କ ରହିବା ଖାଇବା ପାଇଁ ଉତ୍ତମ ମାନର ବ୍ୟବସ୍ଥା ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ର ଉଦଘାଟନ କରିଥିଲେ ।

mission shakti

ମିଶନଶକ୍ତି ଜରିଆରେ ମହିଳା ଏସଏଚଜି ମାନଙ୍କୁ ସଶକ୍ତି କରଣ କରିବା ପାଇଁ ପନ୍ଥାନିବାସ ଓ କାଫେ ର ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନାନ୍ଦୁପଲା ସରପଞ୍ଚ ନୀଳେନ୍ଦ୍ରୀ ପୁଝାରୀ , ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୁମନ ତ୍ରିବେଦୀ , ସୂର୍ଯ୍ୟଭାନୁ ମେହେର , ଖୀରଧର ବରିହା , ମାନସ ଠାକୁର ,ବଳରାମ ବେହେରା , ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.