ମିଥୁନ୍ ଚକ୍ରବର୍ତ୍ତୀଙ୍କ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ଚିତ୍ର ସୋଶିଆଲ ମିଡିଆରେ ଭାଇରାଲ

0

ଭେଟେରାନ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଶଂସକ ମାନଙ୍କ ପାଇଁ ଦୁଃଖ ଖବର । କାରଣ ଅଭିନେତାଙ୍କ ଏକ ଫଟୋଚିତ୍ର ସାମ୍ନାକୁ ଆସିଛି । ଅଭିନେତାଙ୍କ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ଚିତ୍ର ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋ ଭାଇରାଲ ହେବା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିଛି । ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସେ କହିଥିଲେ – କିଡିନ ଜନିତ ସମସ୍ୟା ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଭାଇରାଲ ଚିତ୍ରଟି ହସ୍ପିଟାଲର , ଯେଉଁଥିରେ ସେ ଚେତାଶୁନ୍ୟ ଅବସ୍ଥାରେ ଶଯ୍ୟା ଉପରେ ପଡିଥିବାର ନଜର ଆସିଛନ୍ତି ।

କିନ୍ତୁ ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ସଂପୁର୍ଣ୍ଣ ଫିଟ୍ ଏବଂ ଫାଇନ୍ ଅଛନ୍ତି । ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କଲର୍ସ ଶୋ ହୁନରବାଜରେ ଦେଖିବାକୁ ମିଳିଥିଲା । ମିଥୁନ୍ ଚକ୍ରବର୍ତ୍ତୀ ଏହି ଶୋରେ ଜଜ୍ ଥିଲେ ଏବଂ ସେହି ଶୋ ରେ ସେ ତାଙ୍କର ବିଶେଷ ଶୈଳୀରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ । ମିଥୁନଙ୍କୁ ଚଳିତ ବର୍ଷର ଐତିହାସିକ ଚଳଚ୍ଚିତ୍ର କାଶ୍ମିର ଫାଇଲ୍ସ ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.