ବିଜେଡିର ମିଶ୍ରଣ ପର୍ବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡିର ମିଶ୍ରଣ ପର୍ବ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ଅଞ୍ଚଳରେ ବିଜେଡିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡ଼ାଙ୍କ ସୋର ର ବିକାଶମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇଛନ୍ତି |କେଦାରପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ଘୁଇଁ ତାଙ୍କ ସମର୍ଥକ ମାନଙ୍କ ସହ ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ଜଣାଯାଇଛି।

ବିଧାୟକ ପର୍ଶୁରାମ ଧଡା ତଥା ଅଞ୍ଚଳର ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ନବାଗତ ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ବିଜେଡି ଦଳକୁ ସ୍ବାଗତ କରିଥିଲେ ବିଧାୟକ। ସେଥିପାଇଁ ବିଜୁ ଜନତା ଦଳ ସୋର ନିର୍ବାଚନ ମଣ୍ଡଳୀ ତରଫରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିବା ସୂତନା।

Leave A Reply

Your email address will not be published.