ଓଡ଼ିଆ ନ୍ୟୁଜ୍: ଦାଦନ ଚାଲାଣକୁ ନେଇ କଣ୍ଟାବାଞ୍ଜି ବିଧାୟକ-କାଉନସିଲର୍ ମୁହାଁମୁହିଁ।ବିଧାୟକ ଲକ୍ଷ୍ମଣ ବାଗ୍ ଓ କାଉନସିଲର୍ ମହମ୍ମଦ ଇମ୍ରାନ୍ ଖାନ୍ ମୁହାଁମୁହିଁ। ପରସ୍ପର ବିରୋଧରେ କଣ୍ଟାବାଞ୍ଜି ଜିଆର୍ପି ଥାନାରେ ଏତଲା ଦେଲେ।ଦାଦନ ଚାଲାଣ ଓ ଅଶ୍ଳିଳ ଗାଳି ନେଇ ପ୍ରଥମେ ଏତଲା ଦେଇଥିଲେ ବିଧାୟକ।ଗୁଳି କରି ହତ୍ୟା ଧମକ ଅଭିଯୋଗରେ ବିଧାୟକଙ୍କ ନାଁରେ କାଉନସିଲରଙ୍କ ଏତଲା।
ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ବେଳେ, ଦାଦନ ଶ୍ରମିକମାନଙ୍କୁ ନେଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହି ସମୟରେ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ରୁ ଅଧିକ ଲୋକ ଦୌଡ଼ି ଆସି ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛି।