ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲକ୍ଷ୍ମୀ ବସ୍ ଶୁଭାରମ୍ଭ କଲେ ବିଧାୟକ | ବାଲେଶ୍ୱର ଜିଲ୍ଲାରେ ଗତକାଲି ଲକ୍ଷ୍ମୀ ବସ ର ଉଦଘାଟନ କରାଯାଇଥିବା ବେଳେ ଆଜି ସିମୁଳିଆ ବ୍ଲକରେ ଲକ୍ଷ୍ମୀବସର ଶୁଭାରମ୍ଭ କରିଛନ୍ତି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
ଆଜି ଅପରାହ୍ନ 2 ଘଟିକା ସମୟରେ ସିମୁଳିଆ ବ୍ଲକ ମାର୍କୋଣା ବସ ଷ୍ଟାଣ୍ଡ ରେ ଲକ୍ଷ୍ମୀ ବସ ର ଉଦଘାଟନ କରିଛନ୍ତି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ l ସିମୁଳିଆ ବ୍ଲକ ରେ ୪ ଟି ବସ ଚାଲିବାକୁ ଥିବାବେଳେ ଆଜି ଗୋଟିଏ ବସ ର ଉଦଘାଟନ ହୋଇଛି l ବାକି ୩ ଟି ବସ ଏହି ମାସ ରେ ଆସିବା ନେଇ ବିଧାୟକ ପ୍ରକାଶ କରିଛନ୍ତି l
ଏଥିରେ ୧୦ଜଣ କଣ୍ଡଣ୍ଟର ରହିବା ନେଇ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ୨୨ଗୋଟି ପଂଚାୟତର ସମସ୍ତ କର୍ମଚାରୀ ଓ ମିଶନଶକ୍ତି ମହିଳା ମାନେ ଉପସ୍ଥିତ ରହିଥିଲେ l ଯାତ୍ରୀ ଯେଉଁ ସ୍ଥାନ କୁ ଗଲେ 5 ଟଙ୍କା ଦେବାକୁ ପଡିବ ନେଇ ସୂଚନା ମିଳିଛି l