ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାର ନେଇ ପ୍ରକ୍ରିୟା। ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି। ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ୍ ଆସିଥିବା ଜଣାଇଲେ।ଏ ସମ୍ପର୍କିତ ବିଲ୍ ପ୍ରତ୍ୟାହାର ପାଇଁ ସଂସଦୀୟ ମନ୍ତ୍ରୀ ଚାହିଁଥିବା ଅବଗତ କଲେ।
ବିଧାନସଭାର ଗତ ଅଧିବେଶନରେ ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ବିନା ବିରୋଧରେ ବିଲ୍ ମଧ୍ୟ ପାସ୍ ହୋଇଥିଲା । ଯେଉଁଥିରେ ଦରମା ବାବଦକୁ ବିଧାୟକ ପାଇଥାନ୍ତେ ମାସିକ ୩ ଲକ୍ଷ ଟଙ୍କା। ପୂର୍ବରୁ ଦରମା ଓ ଭତ୍ତା ବାବଦରେ ଲକ୍ଷେ ଟଙ୍କା ପାଉଥିଲେ ବିଧାୟକ। ବିଧାନସଭାରେ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ -୨୦୨୫ ପାରିତ ହେବା ପରେ ନୂଆ ଦରମା ପାଇଥାନ୍ତେ ବିଧାୟକ ଓ ମନ୍ତ୍ରୀ । ବିଧାୟକଙ୍କ ମାସିକ ମୂଳ ଦରମା ଥିଲା ୩୫ ହଜାର । ଭତ୍ତା ବାବଦକୁ ବିଧାୟକ ପାଉଥିଲେ ୪୦ ହଜାର ଟଙ୍କା । ଦରମା ବୃଦ୍ଧି ପରେ ପାଇଥାନ୍ତେ ୯୬ ହଜାର ଟଙ୍କା । ନିର୍ବାଚନ ମଣ୍ଡଳୀ ଗସ୍ତ ଖର୍ଚ୍ଚ ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ପାଇଥାନ୍ତେ ବିଧାୟକ ।