ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଉ ଗୋଟିଏ ପାଦ ଆଗକୁ ବଢ଼ିଲା ମୋ ବସ ସେବା । କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି ।

ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଫ୍ଲାଟ୍ ୨୦୦/- ଟଙ୍କା ଟିକେଟ୍ ମୂଲ୍ୟ ରହିଛି ।ବିମାନବନ୍ଦରରୁ ପୁରୀ ବସ୍‌ଷ୍ଟାଣ୍ଡ୍‌ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୨୦୦ ଟଙ୍କା ରହିଥିବା ବେଳେ କଟକ ନେତାଜୀ ବସ୍‌ ଟର୍ମିନାଲ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ଥିବା ‘ମୋ ବସ୍‌’ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।

ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ମାତ୍ର ୧୦୦/- ଟଙ୍କା ଟିକେଟ୍ ମୂଲ୍ୟ ନିର୍ଦ୍ଧାରିତ ରହିଛି। ଏହି ଏକ୍ସପ୍ରେସ୍ ସେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ଥିବା ମୋ ବସ୍ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।

Leave A Reply

Your email address will not be published.