ବାରବାଟୀ ବ୍ୟାଟେଲ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ,ସାମ୍ଭାବ୍ୟ ଅଘଟଣର ମୁକାବିଲା ପାଇଁ ହେଲା ମକଡ୍ରିଲ୍

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବାରବାଟୀ ବ୍ୟାଟେଲ ପାଇଁ ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ କମିଶନରେଟ୍‌ ପୋଲିସର ମକ୍‌ ଡ୍ରିଲ୍‌ । ମ୍ୟାଚ ସମୟରେ ହେବାକୁ ଥିବା ପ୍ରତିକୂଳ ପରିସ୍ଥିତିର ମୁକାବିଲା ହିଁ ମକ୍‌ଡ୍ରିଲର ମୁଖ୍ୟ ଉଦେଶ୍ୟ । ଆତଙ୍କବାଦୀ ଆକ୍ରମଣ ସମୟରେ ଖେଳାଳିଙ୍କ ସହ ଦର୍ଶକଙ୍କୁ କିଭଳି ସୁରକ୍ଷିତ କରାଯିବ ସେଥିପାଇଁ ଏସଓଜି କମାଣ୍ଡୋଙ୍କ ଦ୍ୱାରା କରାଯାଇଥିଲା ସ୍ୱତନ୍ତ୍ର ଅପରେସନ । ପୂରା ଘଟଣା ନକଲି ଥିଲେ ମଧ୍ୟ ଏସଓଜି ଯବାନଙ୍କ ଅଦମ୍ୟ ସାହସକୁ ଦେଖିବା ପରେ ଏହା ଅସଲି ବୋଲି ପ୍ରତିତ ହେଉଥିଲା ।

ମକ୍‌ ଡ୍ରିଲରେ ଅଗ୍ନିଶମ ବିଭାଗ, ଓଡ୍ରାଫ, ସନ୍ଧାନୀ କୁକୁର, ବମ ଡିସ୍ପୋଜାଲ ସ୍କ୍ଵାଡ ସାମିଲ ଥିଲେ । କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ଅନେକ ସାମ୍ଭାବ୍ୟ ଅଘଟଣର ମୁକାବିଲା କରାଯାଇଥିଲା । ଅଗ୍ନିକାଣ୍ଡର ମୁକାବିଲା ସହ ବମ୍‌ ଡିସପୋଜାଲ ଟିମ୍‌ ଗ୍ୟାଲେରୀରେ ଥିବା ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ପଡ଼ିଆ ଭିତରକୁ ସାମଗ୍ରୀ ଫିଙ୍ଗୁଥିବା ଲୋକଙ୍କୁ କିପରି କାବୁ କରାଯିବ ତାହା ପ୍ରଦର୍ଶିତ କରିଥିଲା କମିଶନରେଟ ପୋଲିସ । ସେପଟେ ଏହି ମକଡ୍ରିଲକୁ ତର୍ଜମା କରାଯାଇ ଭବିଷ୍ୟତରେ କିପରି ଏହାକୁ କାର୍ଯ୍ୟରେ ପରିଣତ କରାଯିବ, ସେନେଇ ପୋଲିସ ଯତ୍ନବାନ ହେବ ବୋଲି କହିଛନ୍ତି କଟକ ଡିସିପି । ଏହାସହ କଟକ ଜିଲ୍ଲାପାଳ, ଆରଡିସି, ଅନ୍ୟ ବରିଷ୍ଠ ଅଧିକାରୀ ବାରବାଟୀ ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଗତ କିଛି ଦିନ ହେଲା ବାରବାଟୀ ଷ୍ଟାଡିୟମର ଅଗ୍ନି ନିର୍ବାପନ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିବା ଆରମ୍ଭ କରିଛି । କିନ୍ତୁ ଆଜିର ଏହି ମକ୍‌ଡ୍ରିଲ ପରେ ବାରବାଟୀର ଅଗ୍ନିନିରାପତ୍ତା ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ଥିବା କୁହାଯାଇପାରେ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେ୍ଵଣ୍ଟି ଲଢ଼େଇ । ଦୁଇ ବର୍ଷ ପରେ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବେ ଦର୍ଶକ ।

Leave A Reply

Your email address will not be published.