ମୁସଲମାନ ଭଉଣୀମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଲେ ମୋଦି

0

ଓଡିଆ ନ୍ୟୁଜ (ବ୍ୟୁରୋ) : କେନ୍ଦ୍ରର ବିଜେପି ସରକାର ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା, ତିନି ତଲାକ୍ ବ୍ୟାନ୍, ଧାରା-୩୭୦ ଉଚ୍ଛେଦ ପରେ ଦେଶରେ ଏକକ ନାଗରିକ ସଂହିତା ଅର୍ଥାତ୍ ୟୁନିୟନ୍ ସିଭିଲ୍ କୋଡ଼ ଲାଗୁ କରିବାକୁ ଯୋଜନା ରଖିଛନ୍ତି । ଏକ ରାଷ୍ଟ୍ର, ଏକ ନୀତି ଲକ୍ଷ୍ୟ ମଧ୍ୟରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୁସଲମାନ ଭଉଣୀଙ୍କ ସହ ରକ୍ଷା ବନ୍ଧନ ପାଳନ କରିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଜେପି ନେତୃତ୍ୱାଧୀନ ଏନଡିଏ ସାଂସଦଙ୍କ ସହ ଏକ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ବୈଠକରେ ସାଂସଦମାନଙ୍କୁ ମୁସଲନାମ ଭଉଣୀମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିବାକୁ ପରାମର୍ଶ ଦେଇଥିବା ସୂତ୍ରରୁ ପ୍ରକାଶ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତାମାନେ ଦେଶର ବିଭିନ୍ନ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ବୈଠକରେ ଯୋଗ ଦେଇଥିବା କିଛି ସାଂସଦ କହିଛନ୍ତି, ’ସମାଜର ପ୍ରତ୍ୟେକ ବର୍ଗ ସହ ଯୋଡ଼ି ହେବା ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଦଳ ପଛୁଆ ବର୍ଗଙ୍କ ପାଇଁ କାର୍ୟ୍ୟ କରୁଛି।’
ସେହିପରି, ବିଜେପି ସରକାର ମୁସଲିମ ମହିଳାମାନଙ୍କ ପାଇଁ ଆଣିଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁସଲିମ୍ ମହିଳାଙ୍କ ବିବାହ ଅଧିକାର ଉପରେ ସୁରକ୍ଷା ବିଲ୍ ୨୦୧୯ରେ ସଂସଦରେ ପାରିତ ହୋଇଥିବା ବେଳେ ଫୋନ୍ କଲ୍ କିମ୍ବା ସମ୍ମୁଖରେ ତିନି ତଲାକ୍ କହି ବିବାହ ବିଚ୍ଛେଦ ଭଳି ଆଇନକୁ ବେଆଇନ ଘୋଷଣା କରାଯାଇଛି। ଏଥିପାଇଁ ଆଇନଗତ କାର୍ୟ୍ୟାନୁଷ୍ଠାନ ମଧ୍ୟ ଆଣାଯାଇଛି।

 

Leave A Reply

Your email address will not be published.